ଖୋର୍ଦ୍ଧା : ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ କରୋନା ରୋଗର ମୁକାବିଲା କରିବା ନେଇ ସଚେତନତା କାର୍ୟ୍ୟକ୍ରମ । ଗୁରୁଜଙ୍ଗ ମେଳନ ପଡିଆ ପରିବା ହାଟରେ କରାଯାଇଛି । ଏ ନେଇ ଜନସାଧାରଣଙ୍କୁ ମାସ୍କ, ସାବୁନ, ସୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଛି। ଗ୍ରାହକ ମାନଙ୍କୁ ମାସ୍କ ପିନ୍ଧି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନେଇ ପରାମର୍ଶ ଦିଆଯାଇଛି।
ଯେଉଁ ଗ୍ରାହକମାନେ ମାସ୍କ ପିନ୍ଧି ଆସୁନାହାନ୍ତି ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେବା ନେଇ ଦୋକାନୀଙ୍କୁ ବାରଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଗୁରୁଜଙ୍କ ଗ୍ରାମ୍ୟ କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ । ଗ୍ରାମ୍ୟ କମିଟିର ଏଭଳି ଜନ ମଙ୍ଗଳ କାର୍ୟ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
Comments are closed, but trackbacks and pingbacks are open.