ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶବ୍ଦ ହେଉଛି ବ୍ରହ୍ମ । ଏହାର ବ୍ୟାପ୍ତି ଅନନ୍ତ । ଯଦି ଜଣେ ଶବ୍ଦ ଉଚ୍ଚାରଣ ନକରି କେବଳ ଚିନ୍ତା କରେ, ତାହା ମଧ୍ୟ ବ୍ରହ୍ମାଣ୍ଡରେ ବ୍ୟାପିଯାଏ । ଏହା ହିଁ ଶବ୍ଦର ମହାତ୍ମ୍ୟ ଓ ମହତ୍ତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।
ବୁଧବାର ଜୟଦେବ ଭବନରେ ଆୟୋଜିତ କବି ଚକ୍ରଧର ରାଉତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଜ୍ୟପାଳ କହିଲେ, କବିମାନେ ହେଉଛନ୍ତି ଦିବ୍ୟଦ୍ରଷ୍ଟା । କାହା ଗୋଡ଼ରେ କଣ୍ଟା ଲାଗିଲେ ଅନ୍ୟ ଯେ କେହି କଷ୍ଟ ଅନୁଭବ କରେ, ସେ ହେଉଛି କବି । ସେମାନେ ଭାବ ଓ ଆବେଗର ରୂପକାର । ମୂକକୁ ମୁଖର କରିବାର ଶକ୍ତି ଅଛି ସେମାନଙ୍କର । କବି ଚକ୍ରଧର ରାଉତଙ୍କ ସାଧନା ଓ ସିଦ୍ଧି ଉତ୍ତରପୁରୁଷଙ୍କୁ ଅନୁପ୍ରାଣୀତ କରିବ ବୋଲି ରାଜ୍ୟପାଳ କହିଥିଲେ ।
ସଭାରେ ଉପସ୍ଥିତ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ, ଓଡ଼ିଆ ସାହିତ୍ୟ ଜଗତରେ କବି ଚକ୍ରଧର ଜାଜୁଲ୍ୟମାନ ପୁରୁଷ ଥିଲେ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ କହିଲେ, କବିଙ୍କ ପୁସ୍ତକର ପୁନଃମୁଦ୍ରଣ ଓ ପୁନଃପ୍ରକାଶନ ତାଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଞ୍ଜଳି ହେବ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ କହିଲେ, ସେ ଜଣେ ଭଲ ଶିକ୍ଷକ ଭାବେ ଶିକ୍ଷାର ଆଲୋକ ଜାଳିଛନ୍ତି ।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପ;ନାୟକ କହିଥିଲେ, ସେ ଜଣେ ଅନୁଭବୀ କବି, ଉଚ୍ଚକୋଟୀର ଶିକ୍ଷକ, ଲେଖକ, ବ୍ୟକ୍ତି ଏବଂ ସଫଳ ପୁରୁଷ ଥିଲେ । ଆଜିର ପିଢ଼ି ତାଙ୍କୁ ଅନୁସରଣ କରନ୍ତୁ । ସଭା ପ୍ରାରମ୍ଭରେ ବିଶିଷ୍ଟ ଲେଖକ, ସଂସ୍କୃତି ବିଭାଗ ନିଦେ୍ର୍ଧଶକ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି କବିଙ୍କ କବିତା ଗାଇ ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ । ପରେ କବିଙ୍କ ପୁତ୍ର ତଥା ସାମାଜିକ କର୍ମୀ ଦୟାନିଧି ରାଉତ ପିତାଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କ କବିତା କିଛି ପଂକ୍ତିକୁ ଉଚ୍ଚାରଣ କରିଥିଲେ । ଏହି ଅବସରରେ ସ୍ମରଣୀକା ‘ସ୍ମୃତିତୀର୍ଥ’କୁ ରାଜ୍ୟପାଳ ଉନ୍ମୋଚିତ କରିଥିଲେ । ଶେଷରେ ଚକ୍ରଧର ମେମୋରିଆଲ୍ ଫାଉଣ୍ଡେସନ୍ ସମ୍ପାଦକ ଡ. ସୁରେନ୍ଦ୍ର ମୋହନ ମିଶ୍ର ଧନ୍ୟବାଦ ଦେଇଥିଲେ । ଡ. ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
Comments are closed, but trackbacks and pingbacks are open.