ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉ: ରାଷ୍ଟ୍ରପତି

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ମୂଲ୍ୟବୋଧଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦେଉ ଓଡିÿଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଜି ଏହାର ଦ୍ୱାଦଶତମ ପ୍ରତିÂା ଦିବସ ପାଳନ ଅବସରରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏଭଳି ବାର୍ତ୍ତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱବିଦ୍ୟାଳୟର ଉନ୍ନତି କାମନା କରିବା ସହ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ନିଜ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଏଥିରେ ସେ ଶିକ୍ଷାର ମୂଳଭିତ୍ତି ଏବଂ ଆଦର୍ଶ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିନନ୍ଦନ ବାର୍ତ୍ତାରେ ବିଶ୍ୱବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ବିଶ୍ୱବିଦୟାଳୟର ବିଭିନ୍ନ ପଦକ୍ଷେପ ଓ ଆଭିମୁଖ୍ୟକୁ ସେ ପ୍ରଶଂସା କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ବ୍ଲକ୍, ଗ୍ରନ୍ଥାଗାର ଏବଂ ଷ୍ଟାଫ କ୍ୱାର୍ଟର୍ସର ଶିଳାନ୍ୟାସ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ନୂଆ ଶିକ୍ଷାନୀତି ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ତୁଲାଇବ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ସାଂପ୍ରତିକ ସମୟରେ କରୋନା ମହାମାରୀ ଶିକ୍ଷାନୁÂାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆହ୍ୱାନ ସଦୃଶ ହୋଇଛି । ମହାମାରୀ ବେଳେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା, ସେମାନଙ୍କ ମନୋବଳ ଦୃଢ କରିବା ଲକ୍ଷ୍ୟରେ କୋରାପୁଟରେ ଥିବା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଭରୋସା’ ହେଲ୍ପଲାଇନ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କଙ୍କ ଦ୍ୱାରା ପୂର୍ବରୁ ଶୁଭାରମ୍ଭ କରାଯିବା ଖୁସିର ବିଷୟ । ନୂତନ ଶିକ୍ଷା ନୀତି ବ୍ୟାପକ – ଆଧାରିତ ଓ ସୃଜନଶୀଳ ପାଠ୍ୟକ୍ରମ ଓଡିÿଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ଆଣିବ । ରାଜ୍ୟରେ ଜନଜାତି ଆଧାରିତ ଗବେଷଣା ଏବଂ ନୃତତ୍ତ୍ୱିକ ପାଠ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରିବ । କୋରାପୁଟର ଜୈବିକ କୃଷି ଉପôାଦିତ ସାମଗ୍ରୀର ବଜାର ସୃଷ୍ଟି କରିବା ଦିଗରେ ଏହା ଉଦ୍ୟମ କରୁ ବୋଲି ଆହ୍ୱାନ ଦେଇଛନ୍ତି ଶ୍ରୀ ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି, କେନ୍ଦ୍ର ବିଶ୍ୱବିଦ୍ୟାଳୟ ଓଡିÿଶାର ଆଶାର କେନ୍ଦ୍ର ହୋଇପାରିଛି । ଓଡ଼ିଶାର ପ୍ରତିଭାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ନିକଟରେ ଅଣାାଇଥିବା ନୂଆ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଗରେ ନୂଆ ଦିଗ୍ଦର୍ଶନ ଦେବ । ଏହି ଶିକ୍ଷା ନୀତି କେବଳ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ବିକାଶ କରିବା ନାହିଁ ବରଂ ସମାଜକୁ ଆଗକୁ ନେବାରେ ମଧ୍ୟ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।
କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ ପତାକା ଉତ୍ତୋଳନ କରି ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ପ୍ରତିÂା ଦିବସର ଶୁଭାରମ୍ଭ କରିଥିଲେ । ଉତ୍ସବରେ ସଭାପତିତ୍ୱ କରି ସେ ବିଶ୍ୱବିଦ୍ୟାଳୟ ପ୍ରତି ଥିବା ତାଙ୍କର ନୂତନ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅର୍ଥ ପରାମର୍ଶଦାତା ଡ. ସଞ୍ଜୀବ ସାନ୍ୟାଲ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଆବଶ୍ୟକତା ଉପରେ ନିଜ ମନ୍ତବ୍ୟ ରଖିଥିଲେ । ସେହିପରି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ, ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ପ୍ରମୁଖ ବିଶ୍ୱବିଦ୍ୟାଳୟର ଉନ୍ନତି କାମନା କରିବା ସହ ନୂତନ ଶିକ୍ଷାନୀତିର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ । କୁଳାଧିପତି ପ୍ରଫେସର ପି.ଭି. କ୍ରିଷ୍ଣାଭଟ୍ଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମୃଦ୍ଧି ଓ ବିକାଶ ପାଇଁ ଶ୍ରମ ହିଁ ଭବିଷ୍ୟତର ସମ୍ପଦ ହେବ ବୋଲି କହିଥିଲେ ।
ପ୍ରତିÂା ଦିବସ ଅବସରରେ ଏକାଦଶ ବର୍ଷର ଅନୁଭୂତିକୁ ଭିତ୍ତିକରି ପ୍ରସ୍ତୁତ ହୋଇଥିବା ସ୍ମରଣିକାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପୋଖରିୟାଲ୍ ନିଶଙ୍କ ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ମିଳିତ ଭାବେ ଉନ୍ମୋଚନ କରିଥିଲେ । ବିଶ୍ୱବିଦ୍ୟାଳୟ ପ୍ରଫେସର ଶରତ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳ ସଚିବ ଡ. ଅସିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ଡ. ସୌରଭ ଗୁପ୍ତା । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଅନ୍ଲାଇନ୍ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons