ମାଲକାନଗିରି,(ବି.ବି.ନୁ୍ୟଜ୍): ପେଟ ପୋଷିବାକୁ ସୁଦୂର ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ଘରକୁ ଫେରିଲେ ମୃତଦେହ ହୋଇ । ବଞ୍ଚିଥିବା ବେଳେ ନିଜ ମାଟିକୁ ଫେରିବା ସ୍ୱପ୍ନ ପାଲଟିଥିବା ବେଳେ ଆଖି ବୁଜିବା ପରେ ବି ସେଥିପାଇଁ ବହୁ ଦହଗଞ୍ଜ ହେବାକୁ ପଡିଲା ମୃତଦେହକୁ ନିଜ ମାଟିକୁ ଯିବାକୁ ବାଟ ଛାଡ଼ିଲାନି ମୋଟୁ ପ୍ରଶାସନ । ଫଳରେ୨୦୦ କି.ମି. ବୁଲି ବୁଲି ଗାଁରେ ପହଞ୍ଚିବା ପରେ ଶବ ସକ୍ରାର ହୋଇଥିବା ଜଣାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ସୂଚନାଅନୁଯାୟୀ, ଏହି ନାବାଳକ ୧୦ ଦିନ ତଳେ ଗୁରୁତର ହୋଇପଡିବାରୁ ତାଙ୍କୁ ସ୍ଥାନୀୟ ତେଲେଙ୍ଗାନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏହାପରେ ସାଥୀ ଶ୍ରମିକମାନେ ଆମ୍ବୁଲାନ୍ସରେ ମୃତଦେହ ତାଙ୍କ ଗାଁକୁ ଆଣୁଥିଲେ । କିନ୍ତୁ ମୋଟୁ ସୀମାରେ ଶୁକ୍ରବାର ପ୍ରବେଶ ଅନୁମତି ମିଳିନଥିଲା । ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି । ତେଣୁ ଆମ୍ବୁଲାନ୍ସ ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ଶନିବାର ମୃତକଙ୍କ ଗାଁରେ ପହଞ୍ଚିଥିଲା । ଏହାପରେ ଶୋକାକୂଳ ପରିବେଶରେ ମୃତଦେହ ସକ୍ରାର କରାଯାଇଥିବା ଜଣାଯାଇଛି । ଏହି ଘଟଣାକୁ କଂଗ୍ରେସ ନେତା ପ୍ରଦୀପ ମାଝି ତୀବ୍ର ବିରୋଧ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଶ୍ରମିକଙ୍କ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଏକ ୧୬ ବର୍ଷର ନାବାଳକର ମୃତଦେହ ପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ଦରଦ ଦେଖାଇଲା ନାହିଁ । କୌଣସି ପ୍ରକାର ସାହାଯ୍ୟ ତ ଦୂରର କଥା ନିଜ ମାଟିକୁ ଯିବାକୁ ବାଟ ବି ଛାଡ଼ିଲା ନାହିଁ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଭ୍କ ଏପରି ଅମାନୁଷିକ ବ୍ୟବହାରର ଉଚିତ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।


Comments are closed, but trackbacks and pingbacks are open.