ମୃତ ନବଜାତ ଉଦ୍ଧାର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଫାର୍ଶାଗୁଡ଼ା ପଞ୍ଚାୟତ ବନ୍ଦିଗୁଡ଼ା ହଲିଆଗୁଡ଼ା ଚେକ୍ଡ୍ୟାମ୍ ପାଣିରୁ ସୋମବାର ଅପରାହ୍ଣରେ ଏକ ନବଜାତର ମୃତଦେହ ଉଦ୍ଧାର ହୋଇଛି । ଅବୈଧ ଜନ୍ମ ପରେ କେହି ଶିଶୁଟିକୁ ଡ୍ୟାମ୍ ପାଣିରେ ଛାଡ଼ି ଦେଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ବନ୍ଦିଗୁଡ଼ା ଗାଁର କେତେଜଣ ଲୋକେ ଚେକ୍ଡ୍ୟାମ୍ ଦେଇ କାମକୁ ଯାଉଥିଲେ । ପାଣିରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିଥିଲେ । ତୁରନ୍ତ ଲୋକେ କୋଡ଼ିଙ୍ଗା ପୁଲିସକୁ ଏହି ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲା । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons