ରାୟଗଡ: ଛତିଶଗଡ ଆର୍ମଡ ଫୋର୍ସ (ସିଏଏଫ)ର ଜନୈକ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାଙ୍କ ଦିବଙ୍ଗତ ପତ୍ନୀ ଓ ପିଲାଙ୍କୁ ଚିଠି ଲେଖିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ ପୋଲିସ ଲାଇନସ୍ଥିତ ନିଜ କ୍ୱାର୍ଟରରେ ସର୍ଭିସ ରିଭଲଭରରୁ ନିଜକୁ ନିଜେ ଗୁଳି କରିଥିଲେ। ଅଚାନକ ଗୁଳି ଶବ୍ଦ ଶୁଣି ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହ଼ଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ତାଙ୍କ ଶବ ଘରର ଚଟାଣରେ ପଡିଥିଲା।ମୃତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଚିହ୍ନଟ ହୋଇଛି। ତାଙ୍କ ନାମ ଆନନ୍ଦ କୁଶଲ ଖଲଖୋ ହୋଇଥିବା ବେଳେ ତାଙ୍କ ଘର ଜଶପୁରର ଫରସା ବହାଲୀ ଅଞ୍ଚଳରେ। ପୋଲିସ ତାଙ୍କ ଶବ ନିକଟରୁ ସେ ଲେଖିଥିବା ଚିଠିଟି ଜବତ କରିଛି। ଯେଉଁଥିରେ ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ନିକଟକୁ ଯାଉଥିବା ଉଲ୍ଲେଖ କରିଛନ୍ତି। ପ୍ରାୟ ୫ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ପିଲାମାନଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୀର୍ଘ ବର୍ଷରେ ସେ କେବେ ପତ୍ନୀ ଓ ପିଲାଙ୍କ ପାଇଁ ବ୍ୟଥିତ ଥିବା ପଡୋଶୀମାନେ ଅନୁଭବ କରିନଥିଲେ।\nବେଶ ମିଳାପି ସ୍ୱଭାବର ଆନନ୍ଦଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ଭଉଣୀ ନିକଟରେ ଶାରୀରିକ ଶୋଷଣର ଅଭିଯୋଗ ଆଣିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆନନ୍ଦ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଶାଳୀଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା ତାହା ପଡୋଶୀ ଜାଣିନଥିବା କହିଛନ୍ତି।
Comments are closed, but trackbacks and pingbacks are open.