ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ପେନ୍ସେନଆତ୍ମସାତ୍ ଘଟଣା:କ୍ରାଇମ୍ବ୍ରାଞ୍ଚ ଦ୍ୱାରା ମୁଖ୍ୟଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନ୍ୟୁଜ୍): ବହୁ ଚର୍ଚ୍ଚିତ ରେମୁଣା ବ୍ୟାଙ୍କଅଫ୍ ଇଣ୍ଡିଆ ବ୍ୟାଙ୍କରୁ ଟଙ୍କାଆତ୍ମସାତ୍ ଘଟଣାରେ କ୍ରାଇମ ବ୍ରାଞ୍ଚରଅର୍ଥ ନୈତିକଅପରାଧ ଶାଖା(ଇଓଡବ୍ଲ୍ୟୁ) ଶୁକ୍ରବାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ବ୍ରହ୍ମଜ୍ୟୋତି ବେହେରାଙ୍କୁ ଗିରଫ କରିଛି । ରେମୁଣା ଥାନାରେ ହାଜର ପରେ ପୁଲିସ ତାଙ୍କୁ କୋର୍ଟଚାଲାଣ କରିଛି । ରେମୁଣା ବ୍ୟାଙ୍କଅଫ୍ ଇଣ୍ଡିଆ ଶାଖାରୁ ୧ କୋଟି ୩୨ ଲକ୍ଷ ଟଙ୍କା ଚଳୁ ହୋଇଥିବା ଗତବର୍ଷ ଡିସେମ୍ବର ୧୨ ତାରିଖରେ ବ୍ୟାଙ୍କ ମ୍ୟାନେଜର ସ୍ୱରାଜ ମହାନ୍ତିଅଭିଯୋଗ କରିଥିଲେ ।ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଘଟଣାର ତଦନ୍ତଆରମ୍ଭ କରିଥିଲା ।
ସୂଚନାଯୋଗ୍ୟ, ରେମୁଣାଅଞ୍ଚଳର ସରକାରୀ କର୍ମଚାରୀ ପର୍ଶୁରାମ ଗିରି, ସାବିତ୍ରୀ ବେହେରା ଚାକିରିରୁଅବସର ନେବା ପରେ ଏହି ବ୍ୟାଙ୍କରୁ ପେନସନ ନେଉଥିଲେ । ୨୦୧୪ରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କୁ ଜୀବିତ ଦର୍ଶାଇ ବ୍ୟାଙ୍କରେ ବିସି(ବିଜିନେସ୍ କରେସପଡେଣ୍ଟ) ଭାବେ କାର୍ଯ୍ୟରତ ରେମୁଣା ବ୍ଲକ ମାଧିପୁର ଗ୍ରାମର ପ୍ରଭାତ ଦାସ(୩୬) ଦୀର୍ଘ ୫ ବର୍ଷ ଧରି ପେନସନ ଟଙ୍କା ଉଠାଉଥିଲେ । ଏହି ସମୟ ଭିତରେ ସେ ୧ କୋଟି ୩୨ ଲକ୍ଷ ଟଙ୍କାଆତ୍ମସାତ୍ କରିଥିଲେ । କେବଳ ବ୍ୟାକ ନୁହେଁ, ଏଟିଏମରୁ ମଧ୍ୟ ଏହି ଟଙ୍କା ସବୁ ଉଠାଣ ହୋଇଥିଲା । ଏହିଅଭିଯୋଗରେ ସେତେବେଳେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ପ୍ରଭାତଙ୍କୁ ଗିରଫ କରିଥିଲା । ଏହି ଘଟଣାରେଅନ୍ୟମାନେ ଜଡ଼ିତ ଥିବା କ୍ରାଇମ ବ୍ରାଞ୍ଚ ସନ୍ଦେହ କରିଥିଲା ।
ତଦନ୍ତ ପରେ କ୍ରାଇମ ବ୍ରାଞ୍ଚର ଇଓଡବ୍ଲ୍ୟୁ ଟିମ୍ ବ୍ୟାଙ୍କର ତୃତୀୟ ଶ୍ରେଣୀ କର୍ମଚାରୀ ପ୍ରଭାତ କୁମାର ଦାସ, ପୂର୍ବତ୍ତନ ଶାଖ ପ୍ରବନ୍ଧକ ଦୁର୍ଗାଚରଣ ପଣ୍ଡାଙ୍କୁ ଗିରଫ କରିଥିଲା । ସେମାନେ ପ୍ରତ୍ୟେକ ୩୨ ଲକ୍ଷ ଲେଖାଏଁ ଟଙ୍କାଆତ୍ମସାତ୍ କରିଥିବାଅଭିଯୋଗ ଆସିଥିଲା । ଏହିଅଭିଯୋଗରେ ବ୍ରହ୍ମଜ୍ୟୋତି ୬୫ ଲକ୍ଷ ଟଙ୍କାଆତ୍ମସାତ୍ କରିଥିବାଅଭିଯୋଗଆସିଥିଲା । ମାତ୍ର ସେ ଉଚ୍ଚ ନ୍ୟାୟଳୟରୁଆଗୁଆଅନ୍ତରଣୀୟ ଜାମିନଆଣିଥିଲେ । କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଟିମ୍ ଶିଳ୍ପାଞ୍ଚଳ ପୁଲିସ୍ ସହାୟତାରେ ବ୍ରହ୍ମଜ୍ୟୋତିଙ୍କ ଗାଁ ନରହରପୁରେ ପହଞ୍ଚିଥିଲା । ସେଠାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons