ମେଡିକାଲ୍ କୋଠାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ରାୟଗଡ଼ା: ଆଜି ଭୋର୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଳୟର ତୃତୀୟ ମହଲାରେ ଥିବା ବାଥ୍ରୁମ୍ରୁ ଡେଇଁ ଜଣେ ମହିଳାରୋଗୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ରୋଗୀ ଜଣଙ୍କ ହେଲେ ରାୟଗଡ଼ା ସହରର ରଜନୀ ମେଲେକା(୨୮) ।
କୌଣସି ଏକ ରୋଗରେ ପୀଡ଼ିତ ହୋଇ ରଜନୀ ଗତ ୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ୱାର୍ଡରେ ଭର୍ତ୍ତିର୍ ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ଆଜି ଭୋର୍ରୁ ସେ ବାଥ୍ରୁମ୍କୁ ଯାଇଥିଲେ । ବାଥ୍ରୁମ୍ରେ ଥିବା ଭେଣ୍ଟିଲେଟର ଝରକା ପଟରୁ ତଳକୁ ଡେଇଁ ପଡ଼ିଥିଲେ । ତିନିମହଲା କୋଠାରୁ ପଡ଼ିବା ଦ୍ୱାରା ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ପହଞ୍ଚିଥିଲା । କିଛି ସମୟ ମଧ୍ୟରେ ତାଙ୍କ ମୃତୁ୍ୟ ଘଟିଥିଲା । ରଜନୀ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଚିକିତ୍ସାଳୟ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରିଥିଲା । ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି । ସେ କାହିଁକି ଆତ୍ମହତ୍ୟା କଲେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons