ମେଡିକାଲ୍ ପରିସରରେ ମେଡିସିନ୍ ଗଦା

Get real time updates directly on you device, subscribe now.

ବୈପାରିଗୁଡା: ବୈପାରିଗୁଡା ମୁଖ୍ୟଛକ ପାଖ ପୁରୁଣା ଗୋÂୀ ସ୍ୱସ୍ଥ୍ୟକେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କାର ଦାମୀ ମେଡିସିନ୍ ପଡିରହିଛି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାଗଣାରେ ଆସୁଥିବା ଏହିସବୁ ମେଡିସିନ୍ ଏତେ ପରିମାଣର କିପରି ବଳକା ହେଲା ତାହାକୁ ନେଇ ଆଲୋଚନା ଜୋର ଧରିଛି । ମେଡିସିନି ଭିତରେ ବିଭିନ୍ନ ଭିଟାମିନ ସିରପ, ବଟିକା, ଓଆରଏସ ପାଉଡର ପାଉଚ ଓ ଅନ୍ୟାନ୍ୟ ଔଷଧ ରହିଛି ।
ସୂଚନା ଅନୁସାରେ, ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦେ୍ଧଶ୍ୟରେ
କେନ୍ଦ୍ରକୁ ମାଗଣା ଔଷଧ ଆସୁଛି । ପୁରୁଣା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ କୋଠରୀରେ ଏହି ମେଡିସିନ ଗଦା ହୋଇ ରହିଥିଲା । ଏଠାରେ ପୁରୁଣାକୁ ଭାଙ୍ଗି ନୂତନ କୋଠା ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି । ଏପରିସ୍ଥଳେ, ମେଡିସିନ୍ ସବୁକୁ ବାହାରେ ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ଅନ୍ୟତ୍ର ଫିଙ୍ଗା ନଯାଇ କେନ୍ଦ୍ର ପରିସର ଖୋଲା ଆକାଶ ତଳେ ଗଦାକରି ରଖାଯାଇଛି । ଏହାର ରହସ୍ୟ କ’ଣ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଏହିସବୁ ମେଡିସିନ କିପରି ବଳି ପଡିଲା ସେ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଘଟଣାର ତଦନ୍ତ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons