ମେଡିକାଲ କଲେଜ ପାଇଁ କେନ୍ଦ୍ରର ସିଂହଭାଗ ଅବଦାନ:ଖାରବେଳ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ଫୁଲବାଣୀ ଠାରେ ହେବାକୁ ଥିବା ମେଡିକାଲ କଲେଜ ପାଇଁ କେନ୍ଦ୍ରର ସିଂହଭାଗ ଅବଦାନ ରହିଛି । ମୋଟ ବଜେଟ୍ ୩୨୫ କୋଟି ଟଙ୍କାରୁ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଅର୍ଥାତ୍ ୧୯୫ କୋଟି ଟଙ୍କା ଯୋଗାଇ ଦେବ । ବଳକା ୪୦ ପ୍ରତିଶତ ଅର୍ଥ ବା ୧୩୦ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । ବୁଧବାର ପ୍ରେସ୍ କ୍ଲବ୍ ଠାରେ ବିଜେପି ପକ୍ଷରୁ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପୂର୍ବତନ ସାଂସଦ ତଥା ଗତ ନିର୍ବାଚନରେ ଏଠାରୁ ଏମ୍.ପି.ପ୍ରାର୍ଥୀ ହୋଇଥିବା ଖାରବେଳ ସ୍ୱାଇଁ । ଅପରପକ୍ଷରେ ସେ ଅଭିଯୋଗ କରିଛନ୍ତି ଯେ- କେନ୍ଦ୍ରର ଏହି ଅବଦାନରେ ବାହାବା ନେବାକୁ ଚେଷ୍ଟା କରୁଛନ୍ତି କନ୍ଧମାଳର ବର୍ତ୍ତମାନ ସାଂସଦ । ନିଜ ଦଳ ବିଜେଡି ତଥା ରାଜ୍ୟ ସରକାର ଏହି ମେଡିକାଲ କଲେଜ ପ୍ରତିÂା କରୁଥିବା ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ଖାରବେଳ ବର୍ଷିଛନ୍ତି ।
ପ୍ରେସ୍ କ୍ଲବ୍ ଠାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଖାରବେଳ କହିଥିଲେ ଯେ- ପୂର୍ବରୁ ମଧ୍ୟ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସହାୟତାରେ ୫ଟି ମେଡିକାଲ କଲେଜ ହୋଇଛି । ପ୍ରତ୍ୟେକ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୧୯୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଫେଜ୍-୩ ଅନ୍ତର୍ଗତ ଫୁଲବାଣୀର ଏହିପରି ଏକ ମେଡିକାଲ କଲେଜ ହେବ । ଗତ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଏଥିନେଇ କୌଣସି ଆବେଦନ କରିନଥିଲେ । ଚଳିତ ମାସ ୭ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ଚିଠି ଦେଇଛନ୍ତି । ସେଥିରେ ଉଲ୍ଲେଖ ଅଛି ଯେ- କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ କେନ୍ଦ୍ର ସରକାରଙ୍କ ଫେଜ୍-୩ରେ ମେଡିକାଲ କଲେଜ କରିବାକୁ ଆଗ୍ରହୀ । ଏଥି ଅନ୍ତର୍ଗତ କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ ୬୦-୪୦ରେ କରିବା ପାଇଁ ଏମ୍ଓୟୁ ଏବଂ ଡିପିଆର୍ ଶୀଘ୍ର ପ୍ରସ୍ତୁତ କରି ପଠାଯିବ । ଏଥିରୁ ସ୍ପଷ୍ଟ ଯେ- ଫୁଲବାଣୀ ମେଡିକାଲ କଲେଜ ପାଇଁ ସିଂହ ଭାଗ ଅର୍ଥ କେନ୍ଦ୍ର ସରକାର ଯୋଗାଇଦେବେ । ମାତ୍ର କନ୍ଧମାଳ ସାଂସଦ ଏପରି କାର୍ଯ୍ୟକ୍ରମ କରୁଛନ୍ତି ଯେପରି ଏହି ମେଡିକାଲ କଲେଜ ରାଜ୍ୟର ବିଜେଡି ସରକାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ଫୁଲବାଣୀ ଠାରେ ମେଡିକାଲ କଲେଜ ଘୋଷଣା କରିବା ସଙ୍ଗେ ସଙ୍ଗେ ସାଂସଦ ପ୍ରେସ୍ ମିଟ୍ ଡାକି ରାଜ୍ୟ ସରକାର ମେଡିକାଲ କଲେଜ କରୁଥିବା କହିବା, ଶୋଭାଯାତ୍ରା କରି ବାଣ ଫୁଟାଇ ମିଠା ବାଣ୍ଟିବା, କର୍ମୀମାନଙ୍କୁ ଭୁବନେଶ୍ୱର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ କୃତଜ୍ଞତା ଜଣାଇବା ଦର୍ଶାଉଛି ଯେପରି କେନ୍ଦ୍ରର ଏଥିରେ କୌଣସି ଭୂମିକା ନାହିଁ । ସାଂସଦ କେନ୍ଦ୍ର ସରକାରଙ୍କ ଅବଦାନକୁ ଗୋପନ ରଖି ଜିଲ୍ଲାବାସୀଙ୍କୁ ରାଜ୍ୟ ସରକାର ମେଡିକାଲ କଲେଜ କରୁଥିବା ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖାରବେଳ ସ୍ୱାଇଁ । ତାହାକୁ ବିଜେପି ଦଳ ନିନ୍ଦା କରୁଛି ବୋଲି ମଧ୍ୟ ଦଳର ସାଂସଦ ପ୍ରାର୍ଥୀ ଦର୍ଶାଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଡିପିଆର୍ ପ୍ରସ୍ତୁତ କରି ପଠାଇବାକୁ ମଧ୍ୟ ସେ ଦାବି କରିଛନ୍ତି ଯାହାଦ୍ୱାରା ଫୁଲବାଣୀରେ ମେଡିକାଲ କଲେଜ ସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବହେରା, ସାଧାରଣ ସମ୍ପାଦକ ଭଗବାନ ମହାନ୍ତି, ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି, ଭି.ଭି. ରାମଦାସ, ଯୁବନେତା ସୁଧାଂଶୁ ଗୁରୁ, ତପନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons