କୋଣାର୍କ,(ବି.ବି.ନୁ୍ୟଜ୍): ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ର ପଞ୍ଚମ ଦିବସରେ ଦେଶବିଦେଶର ପର୍ଯ୍ୟଟକମାନେ ବେଳାଭୂମିରେ ମଜା ଉଠାଇଥିଲେ । କାକର ଭିଜା ଶୀତକୁ ମନଭରି ଉପଭୋଗ କରିଥିଲେ । କେତେକ ପର୍ଯ୍ୟଟକ ଓଟ ପିଠିରେ ବସି ବେଳାଭୂମିରେ ବୁଲିଥିଲେ । ସନ୍ଧ୍ୟାରେ ମଞ୍ଚରେ ପରିବେଷଣ ହୋଇଥିଲା ଓଡ଼ିଶୀ ନୃତ୍ୟ । କଟକ ନୃତ୍ୟ ମଣ୍ଡଳର ନୃତ୍ୟଶିଳ୍ପୀମାନେ ମଞ୍ଚକୁ ଆଣିଥିଲେ ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳା । ପ୍ରେମ ଚିର, ପ୍ରେମ ଶାଶ୍ୱତ । ମନୁଷ୍ୟ ହେଉ ଅବା ଦେବତା ଯୁଗେ ଯୁଗେ ପ୍ରେମ ଅମର । ଗୋପାଙ୍ଗନା ପରିବେଷ୍ଟିତ ରାଧା-କୃଷ୍ଣଙ୍କ ରାସ ମାଧ୍ୟମରେ ଜୀବ ଓ ପରମଙ୍କ ମହାର୍ଘ୍ୟ ମିଳନ ନୃତ୍ୟରେ ପ୍ରଦର୍ଶନ କରାଯାଇଥିଲା । ରାଧା ଓ କୃଷ୍ଣଙ୍କ ପ୍ରେମଲୀଳାକୁ ନୃତ୍ୟରେ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ ନୃତ୍ୟଶିଳ୍ପୀ ।
ଫୁଡ୍ ବଜାରରେ ବିଭିନ୍ନ ରକମର ଖାଦ୍ୟ ମିଳୁଥିଲା । ପର୍ଯ୍ୟଟକମାନେ ଏଠାରେ ଭିଡ଼ ଲଗାଇଥିଲେ । ଆଜି ଉତ୍ସବର ପଞ୍ଚମ ଦିବସରେ କଟେଜ୍ରେ ୨୬ ପର୍ଯ୍ୟଟକ ରାତ୍ରୀଯାପନ କରୁଛନ୍ତି । ଗତକାଲି ଅପେକ୍ଷା ଆଜି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । କଟେଜରେ ରାତ୍ରୀଯାପନ କରୁଥିବା ପର୍ଯ୍ୟଟକଙ୍କୁ ମାଗଣାରେ ପୁରୀ, ସାତପଡ଼ା, କୋଣାର୍କ ସୂର୍ଯ୍ୟମନ୍ଦିର ବୁଲାଯିବା ସହ ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଉପଭୋଗ କରିବାକୁ ସୁଯୋଗ ପ୍ରଦାନ କରାଯାଉଛି । ଆସନ୍ତା କାଲି ରିଟ୍ରିଟ୍ର ଷÂ ଦିବସ ସନ୍ଧ୍ୟାରେ ଓଡ଼ିଶୀ ଓ ଆଦିବାସୀ ନୃତ୍ୟ ପରିବେଷଣ ହେବ ।
Comments are closed, but trackbacks and pingbacks are open.