କୋଣାର୍କ,(ବି.ବି.ନୁ୍ୟଜ୍): କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବ ନିମନ୍ତେ ଜୋରଦାର ପ୍ରସ୍ତୁତି ଚାଲିଛି । ଡିସେମ୍ବର ୧୪ରୁ ଜାନୁଆରୀ ୧୪ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଉତ୍ସବ ଅନୁÂିତ ହେବ ଏହି ବଡ଼ ଉତ୍ସବ । ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ଦେଶବିଦେଶର ପର୍ଯ୍ୟଟକଙ୍କ ଆଗମନ ହେବ । ବେଳାଭୂମି ଉତ୍ସବମୁଖର ହେବ । ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁÂିତ ହୋଇଯାଇଛି ।
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍ପି ଉମାଶଙ୍କର ଦାଶ, ଓଟିଡିସି ପରିଚାଳନା ନିଦେ୍ର୍ଧଶକ ହେମକାନ୍ତ ସାଏ, ଉତ୍ସବ ସହିତ ଜଡିତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଗୁଜରାଟର କଚ୍ଛରେ ଅନୁÂିତ ରାନ୍ ଉତ୍ସବ ଶୈଳୀରେ ଏହି ଉତ୍ସବ ଆୟୋଜିତ ହେବ । ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ବେଳାଭୂମିର ୨୫ ଏକର ଜମିରେ ୫୦ ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି । ଟେଣ୍ଟରେ ପର୍ଯ୍ୟଟକମାନେ ରହି ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରିବେ । ଡିଲr, ପ୍ରିମିୟମ, ସୁପର ପ୍ରମିୟମ ୩ଟି ଶ୍ରେଣୀରେ ଦିନକ ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ୯ରୁ ୨୮ ହଜାର ଟଙ୍କା ।
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ସର୍ଫିଂ ଫେଷ୍ଟିଭାଲ, ପାରାସେଲିଂ, ଯୋଗ, ଓଡ଼ିଶୀ, ଚଳଚ୍ଚିତ୍ର, ରକ୍ ମୁ୍ୟଜିକ ଆଦି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଫୁଡ୍ ଷ୍ଟଲ୍ରେ ସି ଫୁଡ୍, ଦେଶୀ ଓ ବିଦେଶୀ ଖାଦ୍ୟ ପରଶା ଯିବ । ସ୍ୱଚ୍ଛତା, ପରିମଳ, ଆଲୋକ, ସୁରକ୍ଷା ଓ ପାନୀୟ ଜଳ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୁରବୀର ସିଂ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଦେଶର ରାନ୍ ଅଫ୍ କଚ୍ଛ ପରେ କୋଣାର୍କରେ ଏହି ବୃହତ୍ ବେଳାଭୂମି ମହୋତ୍ସବ ଅନୁÂିତ ହେବ । ଏହି ମହୋତ୍ସବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଏହା ଦ୍ୱାରା ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.