ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ ଅଷ୍ଟମ ଦିବସ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବ ଅଷ୍ଟମ ଦିବସରେ ଆଜି ଇଣ୍ଡିଆନ୍ ଓସନ୍ ରକ୍ ବ୍ୟାଣ୍ଡ୍ ଧୁମ୍ ମଚେଇଥିଲା । ଶୀତ ସନ୍ଧ୍ୟାରେ ଉଷ୍ମତା ଆଣିଥିଲା ରକ୍ ବ୍ୟାଣ୍ଡ୍ । ଦର୍ଶକମାନେ ରକ୍ ବ୍ୟାଣ୍ଡ୍ର ସଂଗୀତ ଯାଦୁରେ ବିଭୋର ହୋଇଥିଲେ । ଏକ ସୁଶୋଭିତ ମଞ୍ଚରେ ଦିଲ୍ଲୀର ଇଣ୍ଡିଆନ ଓସନ୍ ଗ୍ରୁପ୍ ପରିବେଷଣ କରିଥିଲେ ଆଧୁନିକ ସଂଗୀତ କାର୍ଯ୍ୟକ୍ରମ । ସୁଫି, ହିନ୍ଦୀ ଚଳଚ୍ଚିତ୍ର ଆଦି ସଂଗୀତ ପରିବେଷଣ ହୋଇଥିଲା । ଏହି ଗ୍ରୁପର ୫ଜଣ ପ୍ରସିଦ୍ଧ କଳାକାର ରକ୍ ବ୍ୟାଣ୍ଡ୍ ସଂଗୀତରେ ଦର୍ଶକଙ୍କ ମନ ଜିଣିଥିଲେ ।
ଦେଶ ବିଦେଶର ପର୍ଯ୍ୟଟକମାନେ ବେଳାଭୂମିରେ ଭିଡ଼ ଲଗାଇଥିଲେ । ଅପରାହ୍ଣରୁ ରାତି ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଫୁଡ୍ ବଜାରରେ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇଥିଲେ । ବେଶି ଭିଡ଼ ଦେଖିବାକୁ ମିଳିଥିଲା ଫୁଡ୍ ବଜାରରେ । ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କ ସମେତ ପର୍ଯ୍ୟଟକମାନେ ଏହି ସଂଗୀତ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।
ଆଜି ଇକୋ ରିଟ୍ରିଟ୍ କଟେଜରେ ୫୦ ପର୍ଯ୍ୟଟକ ରାତ୍ରୀଯାପନ କରିଥିଲେ । ରାତ୍ରୀଯାପନ କରୁଥିବା ପର୍ଯ୍ୟଟକଙ୍କୁ ମାଗଣାରେ ପୁରୀ, ସାତପଡ଼ା, କୋଣାର୍କ ସୂର୍ଯ୍ୟମନ୍ଦିର ବୁଲାଇ ନିଆଯାଉଛି । ଏଥି ସହ ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ଉପଭୋଗର ସୁଯୋଗ ପ୍ରଦାନ କରାଯାଉଛି । ଏହି ଉତ୍ସବରେ ଯାନବାହନ ପାର୍କିଂ ସୁବିଧା ନଥିବାରୁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons