ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ଥାନା ଜୟଗୁରୁ ମାର୍କେଟ ଅଞ୍ଚଳରୁ ହୋଇଥିବା ମୋବାଇଲ ଦୋକାନ ଚୋରିର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୋଲିସ। ସାରା ଦେଶ ଲକଡାଇଉନ୍ ଚାଲିଥିବା ବେଳେ ଦୋକାନର ଆଜବେଷ୍ଟ୍ ଭାଙ୍ଗି ମିଶ୍ର ମୋବାଇଲ ଦୋକାନାରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ଗୁରୁତର ସହ ନେଇ ସୁବର୍ଣ୍ଣପୁର ପୋଲିସ ତନାଘନା ଜାରି ରଖିଥିଲା। ଶେଷରେ ୫୦ଟି ଦାମୀ ମୋବାଇଲ, ଗୋଟିଏ ପାୱାର ବ୍ୟାଙ୍କ, ୫ଟି ବ୍ୟାଟେରୀ, ୧୦ଟି ଇୟର ଫୋନ୍ ଜବତ କରିବା ସହ ଚୋରୀରେ ସଂପୃକ୍ତ ଥିବା ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ । ଏହି ଘଟଣାର ତଦନ୍ତ ଜାରୀ ରହିଥିବା ବେଳେ ଆହୁରୀ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଥିବା ସୂଚନା ଦେଇଛନ୍ତି । ବହୁତ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଧରା ହେବେ ବୋଲି କହିଛନ୍ତି ଏସପି ।
Comments are closed, but trackbacks and pingbacks are open.