ଭୁବନେଶ୍ୱର,(ବି.ବି.ବୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଅଫିସ ଆସିବା ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି । ମେ’ ୧୯ (ଆଜି)ଠାରୁ ସମସ୍ତ କର୍ମଚାରୀ ଅଫିସ ଆସିବେ । ତେବେ କର୍ମଚାରୀମାନଙ୍କୁ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିଦେ୍ର୍ଧଶନାମା ଅନୁସାରେ, କେତେକ କର୍ମଚାରୀଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ମଙ୍ଗଳବାର ଠାରୁ ଡୁ୍ୟଟି କରିବେ । ତେବେ ଯେଉଁ ସରକାରୀ କର୍ମଚାରୀ ଇନଫ୍ଲୁଏଜା ଯୋଗୁ ଅସୁସ୍ତ ଥିଲେ ନିଶ୍ୱାସପ୍ରଶ୍ୱାସ ନେବାରେ ଗୁରୁତର ସମସ୍ୟା ଅନୁଭବ କରୁଥିବେ ସେମାନେ ଅଫିସ ଆସିବେ ନାହିଁ ଓ ଛୁଟି ପାଇଁ ଘରେ ରହିପାରିବେ । ସେହିପରି ଯେଉଁ କର୍ମଚାରୀମାନେ କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବେ, ସେମାନେ ଅଫିସ ଆସିବେ ନାହିଁ ଓ ନିଜର ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରିବେ । ସାମାଜିକ ଦୂରତ୍ୱ ନିୟମକୁ ଅଫିସରେ କଡ଼ାକଡ଼ି ଭାବେ ସମ୍ପୃକ୍ତ ଅଫିସ ଦାୟିତ୍ୱରେଥିବା ଅଧିକାରୀ ପାଳନ କରିବେ । ଯଦି ଅଫିସ ଜାଗା କମ୍ ଥିବ ତା’ହେଲେ ବିଭାଗ ପକ୍ଷରୁ ସେଠାରେ ରୋଷ୍ଟର ଡୁ୍ୟଟି ବ୍ୟବସ୍ଥା କରାଯିବ । ଯାହାଫଳରେ ସରକାରୀ କାମ ପ୍ରଭାବିତ ହେବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତିନି ପର୍ଯ୍ୟାୟ ଲକ୍ଡାଇନ୍ ବେଳେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ଅଫିସ୍ ଆସିବାକୁ ନିୟନ୍ତ୍ରଣ କରିଥିଲେ । ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ସୋମବାର ଠାରୁ ଲାଗୁ ହୋଇଥିବା ବେଳେ ଅସୁସ୍ଥ କର୍ମଚାରୀ ଓ କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଅଫିସ ଆସିବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି ।
Comments are closed, but trackbacks and pingbacks are open.