ମୋଦି ସବୁଠାରୁ ପ୍ରଶଂସନୀୟ ଭାରତୀୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଅଧିକ ପ୍ରଶଂସନୀୟ ଭାରତୀୟ । ବ୍ରିଟେନସ୍ଥିତ ଏକ ସଂସ୍ଥାର ସର୍ବେକ୍ଷଣରେ ଏହି ତଥ୍ୟ ସାମ୍ନାକୁ ଆସିଛି । ମୋଦିଙ୍କ ବ୍ୟତୀତ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂହ ଧୋନୀ, ଶିଳ୍ପପତୀ ରତନ ଟାଟା ମଧ୍ୟ ବିଶ୍ୱବ୍ୟାପୀ ପ୍ରଶଂସନୀୟ ଭାରତୀୟ ତାଲିକାରେ ସ୍ଥାନ ପାଇ ପାରିଛନ୍ତି । ଅନ୍ୟପକ୍ଷରେ ବିଲ୍ଗେଟ୍ସ୍ ବିଶ୍ୱର ସବୁଠାରୁ ଅଧିକ ପ୍ରଶଂସନୀୟ ବ୍ୟକ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି । ମିଶେଲ ଓବାମା ବିଶ୍ୱର ସବୁଠାରୁ ଅଧିକ ପ୍ରଶଂସନୀୟ ମହିଳା ବୋଲି ମଧ୍ୟ ଏହି ସର୍ଭେରୁ ଜଣାପଡ଼ିଛି । ପ୍ରଶଂସନୀୟ ବ୍ୟକ୍ତିତ୍ୱଙ୍କ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱବ୍ୟାପୀ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons