ମୋବାଇଲ୍ ଚୋର ର୍ୟାକେଟକୁ କାବୁ କଲା ପୁଲିସ :୪ ନାବାଳକଙ୍କ ସହ ୭ ଜେଲ୍ ଗଲେ

Get real time updates directly on you device, subscribe now.

ରାଜକନିକା,(ବି.ବି.ନୁ୍ୟଜ୍): ରାଜକନିକା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ସ୍ମାର୍ଟଫୋନ୍ ମୋବାଇଲ୍ ଚୋରି ବୃଦ୍ଧି ପାଇଛି । ଗତ ନଭେମ୍ୱର ମାସରେ ଥାନା କେସ୍ ନଂ ୨୫୯ ରେ ୨ ଜଣ କୋର୍ଟଚାଲାଣ ହୋଇଥିବା ବେଳେ ଆଜି ୪ ଜଣ ନାବାଳକଙ୍କ ସହ ୭ ଜଣକୁ ରାଜକନିକା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ନଦଗ ୫୦ ହଜାର ଟଙ୍କା ସହ ୧୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୁଲିସ ।
ପ୍ରକାଶ ଥାଉକି ରାଜକନିକା ଥାନାଞ୍ଚଳର ରାଜକନିକା ଓ ଓଳାଭର ବଜାରର ମୋବାଇଲ୍ ଦୋକାନରୁ କ୍ରମାଗତ ହ୍ୟାଣ୍ଡସେଟ ଚୋରି ହେବା ପରେ ଏ ନେଇ ରାଜକନିକା ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ଗତ ୭ ଦିନ ହେବ ଏ ବାବଦରେ ପୂରା ପଛରେ ଲାଗି ରହିଥିବା ପୁଲିସ ଘଟଣାର ଖିଅ ଖୋଜି ସଫଲ ହେବାରୁ ଗୋଟିକ ପରେ ଗୋଟିଏ ଅଭୁଯୁକ୍ତ ସାମନାକୁ ଆସିଥିଲେ । ସନ୍ଦିଗ୍ଧ ଅଭୁଯୁକ୍ତଙ୍କୁ ଏକ ଅଜଣା ସ୍ଥାନରେ ରଖି ପୁଲିସ ଟିମ୍ ରୀତିମତ ପଚରାଉଚୁରା ଓ ଛାନ୍ଭିନ ପରେ ଏଥିରେ ୧୫ ଜଣକୁ ଜେରା କରିଥିଲା । ଆଜି ସଂଧ୍ୟାରେ ପୁଲିସ ୪ ଜଣ ନାବାଳକଙ୍କ ସହ ମୋଟ ୭ ଜଣକୁ ଗିରଫ କରି ଡାକ୍ତରୀ ମାଇନା କରାଇ କୋର୍ଟଚାଲାଣ କରିଛି । ରାଜକନିକା ଥାନା କେସ ନଂ୩୦୦/୨୦୧୯, ଦଫା ୪୫୭,୩୮୦, ୩୭୯, ୪୧୧ରେ ଅଭିଯୁକ୍ତ ରାହୁଲ ମଲିକ,(୧୭), ରଜତ ସାହୁ(୧୭), ମନୋଜ ସାହୁ(୨୬), ସତ୍ୟଜିତ ଶତପଥୀ(୧୯), ଅନୀଲ ଦାସ(୧୯), ବିଜୟ ରଞ୍ଜନ ସାହୁ(୧୭)ରେ ଗିରଫ ହୋଇଥିବା ବେଳେ ଖୁବ୍ଶୀଘ୍ର ଅନ୍ୟ ସମସ୍ତ ଚୋରିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବ ବୋଲି ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons