ମୋବାଇଲ୍ ଫାଟି ଶିଶୁକନ୍ୟା ଗୁରୁତର

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ରାତିରେ ଶୋଇଥିବା ବେଳେ ପାଖରେ ଥିବା ମୋବାଇଲ୍ ଫାଟିଗଲା । ଏଥିରେ ପୋଡ଼ିହୋଇ ଜଣେ ବର୍ଷକର ଶିଶୁ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ତଳ ବିଲାଂସିଲ ଗାଁରେ । ଆହତ ଶିଶୁକନ୍ୟା ଗାଁର ରୋହିତ ନାଚିକାଙ୍କ ଝିଅ ବର୍ଷା । ତା ମୁହଁ ଜଳିଯାଇଛି । ତାକୁ ପ୍ରଥମେ ସ୍ଥାନୀୟ ଗୋÂୀସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ନେବାରୁ ଜଣାପଡିଛି, ରୋହିତ ଦୁଇବର୍ଷ ତଳେ ଏକ ମୋବାଇଲ୍ କିଣିଥିଲେ । ରବିବାର ରାତିରେ ଏହାକୁ ଚାର୍ଜରେ ବସାଇଥିଲେ । ମୋବାଇଲ୍ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଖଟପାଖ କାନ୍ଥ ଉପରେ ରଖିଥିଲେ । ଖଟରେ ଶୋଇଥିଲେ ତାଙ୍କ ଝିଅ ବର୍ଷା । ବିଳମ୍ବିତ ରାତିରେ ହଠାତ୍ ଜୋର୍ରେ ଶବ୍ଦ ହୋଇଥିଲା । କାନ୍ଥ ଦୋହଲି ଯାଇଥିଲା । ପରେ ଝିଅର ଚି+ାର ଶୁଣିବାକୁ ପାଇଥିଲେ । ଦେଖିଲା ବେଳକୁ କାନ୍ଥ ଉପରେ ଥିବା ମୋବାଇଲ୍ ଫାଟି ଝିଅର ମୁହଁ ଜଳିଯାଇଥିଲା । ରାତି ହୋଇଥିବାରୁ ଝିଅକୁ ନିଆଯାଇପାରିନଥିଲା ଡାକ୍ତରଖାନା । ଆଜି ସକାଳେ ବର୍ଷାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ପରେ ତାକୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons