ସୋର: ମୋବାଇଲ ଚୋରଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିକପୁର ହାଟରେ । ମୋବାଇଲ୍ ଚୋରି କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଧରାପଡ଼ି ନିସ୍ତୁକ ମାଡ଼ ଖାଇଛନ୍ତି । ଆଜି ଏଠାରେ ସପ୍ତାହିକ ହାଟ ଚାଲିଥିବା ବେଳେ ଦୁଇ ଜଣ ମୋବାଇଲ୍ ଚୋର ଜଣେ ବ୍ୟକ୍ତିଙ୍କ ପକେଟ୍ରୁ ମୋବାଇଲ୍ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଯାଇଥିଲେ । ଲୋକେ ଉଭୟଙ୍କୁ କାବୁ କରି ବହୁତ ମାଡ଼ ଦେଇଥିଲେ । ଖବର ପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା । ଏହି ଦୁଇ ଚୋରଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜଣାପଡ଼ିଛି । ଉଭୟଙ୍କ ଘର ଝାରଖଣ୍ଡରେ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.