ମୋବାଇଲ ଦେଲେନି: ଆତ୍ମହତ୍ୟା କରିଦେଲା ଭାଇ

Get real time updates directly on you device, subscribe now.

କେନ୍ଦୁଝର: ମୋବାଇଲ୍‌ ପାଇଁ ବଡ଼ ଭଉଣୀ ଉପରେ ରୁଷି ସାନଭାଇ ରଶି ଲଗାଇ ଆତ୍ମହତ୍ୟା କରିଛି। ଗତକାଲି ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ମୟୂରଭଞ୍ଜ ଜିଲ୍ଲାର କୁସୁମି ଗାଁର ମାନସ ମହାନ୍ତ ପେସାରେ ଜଣେ ଶିକ୍ଷକ। ସେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ପଲାଣିଘାଟି ସ୍କୁଲରେ ବିଜ୍ଞାନ ଶିକ୍ଷକ ଥିବାରୁ ପୂରା ପରିବାର ସେଠାରେ ରୁହନ୍ତି। ତେବେ ମହାମାରୀ ‘କରୋନା’ ପାଇଁ ସ୍କୁଲ ଛୁଟି ଥିବାରୁ ମାନସ ସାର୍‌ ଓ ତାଙ୍କ ପତ୍ନୀ ଗାଁକୁ ଯାଇଥିଲେ। ଭଡ଼ା ଘରେ କେବଳ ତାଙ୍କର ବଡ଼ ଝିଅ ଓ ପୁଅ ଥିଲେ।ଗତକାଲି ରାତିରେ ମୋବାଇଲ୍‌କୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭଉଣୀ ଶୋଇବା ପରେ ସାନଭାଇ(୧୪) ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons