ମୋବାଇଲ ଦୋକାନରୁ ଚୋରି , ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଗତ ରାତିରେ ଚୋର ପଶି କଳାକନା ବୁଲାଇଛନ୍ତି । ୧୦ଟି ମୋବାଇଲ ଦୁବୃର୍ତ୍ତ ଚୋରି କରି ନେଇଛନ୍ତି। ଦୋକାନୀ ଥାନାରେ ଏତଲା ଦେବା ପରେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଛି।
ଗତ କାଲି ରାତି ପ୍ରାୟ ୧୧ .୩୦ ସମୟରେ ଝରିଗାଁ ବ୍ଲକ ରେ ଥିବା ଏକ ମୋବାଇଲ ଦୋକାନରୁ ପ୍ରାୟ ୧୦ ଗୋଟି ମୋବାଇଲ ଏବଂ ମୋବାଇଲ ସାମଗ୍ରୀ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ତେବେ ଦୁର୍ବୃତ୍ତମାନେ ଉକ୍ତ ଦୋକାନରୁ ଚୋରି କରି ସାରିବା ପରେ ପାଖରେ ଥିବା ଅନ୍ୟ ଏକ ମୋବାଇଲ ଦୋକାନ ର ତାଲା ଭାଙ୍ଗିବକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଝରିଗାଁ ପୋଲିସ ସେହି ରାସ୍ତା ଦେଇ ପାଟ୍ରୋଲିଂ
କରୁଥିବା ବେଳ ଚୋର ପୋଲିସକୁ ଦେଖି ଦୌଡ଼ି ପଳେଇ ଥିଲେ । ପୋଲିସମାନେ ଚୋର କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଚୋରମାନେ ଖସି ପଳାଇଥିଲେ । ତେବେ ସିସିଟିଭିରେ ଚୋରି କରୁଥିବା ଦୃଶ୍ୟ କଏଦ ହୋଇଛି । ତେବେ ଝରିଗାଁ ସଦରରେ ବାରମ୍ବାର ମୋବାଇଲ ଦୋକାନରୁ ଚୋରି ହେଉଥିବା ବେଳେ ଏପର୍ୟ୍ୟନ୍ତ ଝରିଗାଁ ପୋଲିସ କୁ କୌଣସି ସଫଳତା ମିଳିପାରିନାହିଁ। ଝରିଗାଁରେ ବାରମ୍ବାର ଚୋରି ହେଉଥିବା ନେଇ ଦୋକାନୀମାନଙ୍କ ରାତିର ନିଦ ହଜିଯାଇଛି।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons