ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର:ଆସନ୍ତା ୨ ମାସ ପାଇଁ ରିହାତି ଦରରେ ଭଡା

Get real time updates directly on you device, subscribe now.

ଭୁବନେଶ୍ୱର : ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର । ଆସନ୍ତା ୨ ମାସ ପାଇଁ ଏସି ବସ ଭଡ଼ା ରିହାତି କରିଛି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) । ମୂଳ ଭଡ଼ାରୁ ପ୍ରାୟ ୩୮ ପ୍ରତିଶତ କମାଯାଇଛି । ନୂତନ ରିହାତି ଭଡା ଡିସେମ୍ବର ୧ ରୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ ।
ରିହାତି ଲାଗୁ ହେଲେ ପ୍ରତି ୨ କିଲୋମିଟର ଦର ୮ ଟଙ୍କାରୁ ୫ ଟଙ୍କାକୁ ଖସି ଆସିବ । ସେହିପରି ଏସି ବସର ସର୍ବାଧିକ ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି । ଖୁଚୁରା ପଇସା ଲାଗି ଯାତ୍ରୀ ଓ ଗାଇଡ଼ ମାନେ ବିଭିନ୍ନ ସମୟରେ ସମସ୍ୟାରେ ପଡୁଥିବା ନଜରକୁ ଆସିଥିଲା । ତେଣୁ ଭଡାକୁ ସୁବ୍ୟବସ୍ଥିତ କରିବା ଲାଗି ୫ ମଲ୍ଟିପୁଲ ବ୍ୟବସ୍ଥା ଲାଗୁ କରାଯିବ । କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons