ମ୍ୟାନେଜରଙ୍କୁ ପିଟିପିଟି ହତ୍ୟା, ଠିକା ଶ୍ରମିକ ଅଟକ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି) ପରିସର ଭିତରେ ଥିବା ଫେରୋ ସ୍କ୍ରାପ୍ ନିଗମ ଲିମିଟେଡ (ଏଫ୍ଏସ୍ଏନ୍ଏଲ୍)ର ଜଣେ ଆସିଷ୍ଟାଣ୍ଡ ମ୍ୟାନେଜରଙ୍କୁ ଠିକା ଶ୍ରମିକ ପିଟିପିଟି ହତ୍ୟା କରିଛନ୍ତି । ପୁଲିସ୍ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା କୁହାଯାଉଛି ।
ଏଫ୍ଏସ୍ଏନ୍ଏଲ୍ର ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ ଜେ. ଗଣେଶ କୁମାର (୨୬) କାର୍ଯ୍ୟ କରୁଥିଲେ । ତାଙ୍କ ଘର ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ । ନିୟୁ ପ୍ଲେଟ୍ ମିଲ୍ରେ ଥିବା ଏଫ୍ଏସ୍ଏନ୍ଏଲ୍ କମ୍ପାନିର ନିଜସ୍ୱ କାର୍ଯ୍ୟାଳୟରେ କୌଣସି ଏକ କଥାକୁ ନେଇ ଜେ. ଗଣେଶ କୁମାର ଓ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅନିଲ ଲୋହାରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଏକ ଲୁହା ରଡ଼ରେ ଅନିଲ ଆସିଷ୍ଟାଣ୍ଡ ମ୍ୟାନେଜରଙ୍କୁ ନିସ୍ତୁକ ପିଟିଥିଲେ । ଫଳରେ ଶ୍ରୀ କୁମାର ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଇସ୍ପାତ ଜେନେରାଲ ହସ୍ପିଟାଲକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତ ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ଶବକୁ ମର୍ଗ ହାଉସରେ ରଖାଯାଇଛି । ଆସନ୍ତାକାଲି ତାଙ୍କ ପରିବାର ଲୋକ ଏଠାରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଅପରପକ୍ଷରେ ଏଫ୍ଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟାଙ୍ଗରପାଲି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ଅଭିଯୁକ୍ତ ଅନିଲ ଲୋହାରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟଣା ଘଟିଲା ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇ ପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons