ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ଯନ୍ତ୍ରଣା ସହିନପାରି ଜଣେ ଏଚ୍ଆଇଭି ଆକ୍ରାନ୍ତ ଆଜି ନିଜ ଘରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ଥାନା ସୁନାପୋଷି ଗ୍ରାମରେ । ଆତ୍ମହତ୍ୟା କରିଥିବା ଅବିବାହିତ ଯୁବକ ଜଣକ ହେଲେ ରବୀନ୍ଦ୍ର କୁମାର ତାମୁଡ଼ିଆ(୪୦) । ପରିବାର ଲୋକେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ରବୀନ୍ଦ୍ର ଘରେ ଏକୁଟିଆ ଥିଲେ । ଆଜି ଦ୍ୱିପହରେ ସେ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଶରୀରର ପ୍ରାୟ ୮୦ ପ୍ରତିଶତ ଜଳିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତରଖାନାରେ ମୃତୁ୍ୟ ହୋଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ପୁଲିସ ପହଞ୍ଚôପାରି ନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି ।
ରବୀନ୍ଦ୍ର ଦୀର୍ଘ ଦିନ ହେବ ମାରାତ୍ମକ ଏଡ୍ସ ରୋଗରେ ଆକ୍ରାନ୍ତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ଅଧୀନରେ ଦୀର୍ଘ ଦିନରୁ ଚିକିସôିତ ହେଉଥିଲେ । ବେଳେବେଳେ ଦେହ ଅସୁସ୍ଥ ହେଲେ ଡାକ୍ତରଖାନାରେ ଚିକିସôା ପାଇଁ ଭର୍ତ୍ତି ହୋଇଥାନ୍ତି । ଏନେଇ ସ୍ଥାନୀୟ ଉପଖଣ୍ଡ ଚିକିସôାଧୀକାରୀ ଡ. ଛତିଶ ଚନ୍ଦ୍ର ମହାନ୍ତଙ୍କୁ ସୂଚନା ଦେଇଛନ୍ତି । ମୃତ ଯୁବକଙ୍କର କୌଣସି ସମ୍ପର୍କୀୟ ଲୋକ ଆସିନଥିବା ବେଳେ ଦୂର ସମ୍ପର୍କୀୟ ଭାଇ ଜଣେ ପହଞ୍ଚôଛନ୍ତି ।
Comments are closed, but trackbacks and pingbacks are open.