ଯବାନ ଓ ମାଓବାଦୀ ଗୁଳି ବିନିମୟ: ଅସ୍ତ୍ରଶସ୍ତ୍ର ଜବତ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବାଇବାଲି ସଂରକ୍ଷିତ ଜଙ୍ଗଲରେ ବୁଧବାର ସକାଳେ ଚାଲିଥିଲା କମ୍ବିଂ ଅପରେସନ୍ । ଏସ୍ଓଜି ଏବଂ ଡିଭିଏଫ ଯବାନ ସହିତ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା । ପୁଲିସକୁ ଦେଖି ମାଓବାଦୀ ଗୁଳି ଚାଳନା କରିଥିଲେ । ପୁଲିସ ମଧ୍ୟ ପାଲଟା ଜବାବ୍ ଦେଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ବିନିତ ଅଗ୍ରୱାଲ । ତାଙ୍କ ସହିତ ପ୍ରୋବେସନ ଆଇପିଏସ ନିତେଶ ୱାଦୱାନି ଉପସ୍ଥିତ ଥିଲେ । ଏସ୍ପି କହିଛନ୍ତି ଯେ ଗୁଳି ବିନିମୟ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ସେଠାରୁ ଏକ ଦେଶୀ ବନ୍ଧୁକ ସମେତ ଗୋଟିଏ ଜୀବନ୍ତ ଗୁଳି ଏବଂ ଏକ ଛୋଟ ବ୍ୟାଟେରି ଏବଂ କିଛି ମାଓ ପୁସ୍ତିକା ଜବତ ହୋଇଛି ।
ଏସ୍ପି କହିଛନ୍ତି ଯେ ରାଇକିଆ ଥାନା ଅଞ୍ଚଳ ବାଇବାଲି ସଂରକ୍ଷିତ ଜଙ୍ଗଲରେ ମାଓ ଚଳପ୍ରଚଳ କରୁଥିବା ସୂଚନା ମିଳିଥିଲା । ଗତ ମଙ୍ଗଳବାର କନ୍ଧମାଳ ଏସ୍ଓଜି ଏବଂ ଡିଭିଏଫ ଯବାନ ମିଳିତ କମ୍ବିଂ ଅପରେସନ କରିଥିଲେ । ଦ୍ୱିତୀୟ ଦିନରେ ଗୁରୁବାର ସକାଳେ ବାଇବାଲି ଜଙ୍ଗଲରେ ମାଓବାଦୀଙ୍କ ସହିତ ଯବାନ ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ମାଓବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଅତର୍କିତ ଗୁଳି ଚାଳନା କରିଥିଲେ । ପୁଲିସ ସେମାନଙ୍କୁ ଚେତାବନୀ ଦେବା ପରେ ନିୟନ୍ତ୍ରିତ ଭାବରେ ପାଲଟା ଗୁଳି ଚାଳନା କରିଥିଲା । ସେଠାରେ ପ୍ରାୟ ୩୦ ମିନିଟ୍ ଧରି ଗୁଳିବିନିମୟ ହୋଇଥିଲା । ତେବେ ଘଞ୍ଚ ଜଙ୍ଗଲ ଆଢୁଆଳରେ ମାଓବାଦୀ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିବା ଏସ୍ପି କହିଛନ୍ତି । ମାଓବାଦୀଙ୍କ ପଳାୟନ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ସେଠାରେ ଓଡ଼ିଶା କ୍ୟାଡ଼ରର ପ୍ରାୟ ୨୦ରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ଥିବା କହିଛନ୍ତି ଏସ୍ପି । ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ରହିଥିବାରୁ ସମସ୍ତ ଉପଦୃତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏହା ଜାରି ରହିବ ବୋଲି ସେ କହିଛନ୍ତି । ଜିଲ୍ଲାର ଖମନଖୋଲରେ ସିଆରପିଏଫର ମାଓ ବିରୋଧୀ୍ ବାଟାଲିୟନ ଏକ କ୍ୟାମ୍ପ ଜରିଆରେ ସେହି ଅଞ୍ଚଳରେ ମାଓବାଦୀଙ୍କର ଗତିବିଧି୍ ନିରୀକ୍ଷଣ କରିବା ସହିତ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ନିୟୋଜିତ ହୋଇଛି । ସେହି ଶିବିର ପରିଦର୍ଶନରେ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଗତକାଲି ଗସ୍ତରେ ଆସି ଯବାନମାନଙ୍କ ମନୋବଳ ବଢାଇବା ସହିତ ସେମାନଙ୍କର ଭଲମନ୍ଦ ପଚାରି ବୁଝିଛନ୍ତି । ମାଓବାଦୀ ଦମନ ପାଇଁ ରୋଡ୍ମ୍ୟାପ ପ୍ରସ୍ତୁତ ହୋଇଥିବା ଗଣମାଧ୍ୟମକୁ ଏସ୍ପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons