ଯମୁନା ଏକ୍ସପ୍ରେସୱେରେ ଦୁର୍ଘଟଣା: ପୋଲରୁ ବସ ଖସି ୨୯ ମୃତ

Get real time updates directly on you device, subscribe now.

ଆଗ୍ରା: ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେରେ ସୋମବାର ରାଜ୍ୟ ପରିବହନ ନିଗମର ଗୋଟିଏ ଯାତ୍ରୀବାହୀ ବସ୍ ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୨୩ ଜଣ ଆହତ ହୋଇଛନ୍ତି । ବସ୍ଟିରେ ୫୦ରୁ ଅଧିକ ଯାତ୍ରୀ ଥିଲେ ।
ବସ୍ଟି ଲକ୍ଷେ୍ନøରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଭୋର୍ ପ୍ରାୟ ୪.୩୦ ସମୟରେ ଏଟମାଦପୁର ଥାନା ଅନ୍ତର୍ଗତ ମାଇଲଷ୍ଟୋନ ୧୬୧ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍ର ଡ୍ରାଇଭରଙ୍କୁ ନିଦ ଲାଗିବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ବସ୍ଟି ଭାରସାମ୍ୟ ହରାଇ ଡିଭାଇଡର୍ ଭାଙ୍ଗି ପୋଲ ଉପରୁ ୫୦ ଫୁଟ୍ ତଳେ ଥିବା ଝରଣା କେନାଲରେ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ôଚ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ସେମାନେ ଗଭୀର ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତମାନଙ୍କୁ ସମସ୍ତ ଜରୁରୀକାଳିନ ସୁବିଧା ଯୋଗାଇଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ କମିଶନର, ଡିଭିଜନାଲ କମିଶନର ଓ ଆଗ୍ରା ପୁଲିସ ଆଇଜିଙ୍କୁ ନେଇ ୩ ଜଣିଆ ତଦନ୍ତ ଟିମ୍ ଗଠନ କରାଯାଇଛି । ଦୁର୍ଘଟଣାର ତଦନ୍ତ କରି ୨୪ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏବଂ ପରିବହନ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ପହଞ୍ଚି ଉଦ୍ଧାର କାର୍ଯ୍ୟର ତତ୍ତ୍ୱାବଧାନ କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭୋଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ରାହୁଲ ଗାନ୍ଧି ମଧ୍ୟ ଟୁଇଟ ଯୋଗେ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ୧୬୫ କି.ମି. ଯମୁନା ଏକ୍ସପ୍ରେସୱେରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତବର୍ଷ ଯମୁନା ଏକ୍ସପ୍ରେସୱେରେ ୨୪୭ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୭୭ ଜଣଙ୍କର ମୃତ୍ୟୁ ହୋଇଛି । ୨୦୧୨ ଅଗଷ୍ଟରୁ ୨୦୧୮ ଜାନୁଆରୀରେ ୪,୮୮୦ଟି ଦୁର୍ଘଟଣା ଘଟିଛି । ଏଥିରେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲା ବେଳେ ୭,୪୮୮ ଜଣ ଆହତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons