ଯାଜପୁରରେ ମହାବନ୍ୟା

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାରେ ବନ୍ୟା ବିପôାତ ଦେଖିାବକୁ ମିଳିଛି । ଜିଲ୍ଲାର ସବୁ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ବୈତରଣୀ ଓ ଏହାର ଶାଖା ନଦୀରେ ୨୫ତାରିଖରୁ ମହାବନ୍ୟା ଦେଖାଦେଇଥିବା ବେଳେ ୨୭ ତାରିଖରେ ବ୍ରାହ୍ମଣୀ ଓ ପ୍ରମୁଖ ଶାଖା ନଦୀ ଖରସ୍ରୋତାରେ ବନ୍ୟା ବିପôାତ ଦେଖା ଦେଲା । ୨୮ତାରିଖରୁ ମହାନଦୀ ଓ ଏହାର ପ୍ରମୁଖ ଶାଖା ନଦୀ ବିରୂପାରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଓ ଗୋଟିଏ ପୌରପରିଷଦ ବନ୍ୟାରେ ପ୍ରଭାବିତ ହୋଇଛି ।
ବିଭିନ୍ନ ନଦୀବନ୍ଧରେ ୩୦ଟି ଘାଇ ହୋଇଥିବା ବେଳେ ୩୫ଟି ରାସ୍ତା ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ୧୩୮ ପଞ୍ଚାୟତର ୫୯୭ଟି ଗ୍ରାମ ପ୍ରଭାବିତ ହୋଇଛି । ୬ଲକ୍ଷ ଲୋକ ଜଳବନ୍ଦୀରେ ରହିଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ୨୨୪ଟି ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାର କାର୍ଯ୍ୟରେ ୪ଟି ଓଡ୍ରାଫ୍, ୩ଟି ଏନ୍ଡିଆର୍ଏଫ୍, ୧୪ଟି ଅଗ୍ନିଶମ ବାହିନୀ ଦଳ ସହିତ ୩୪ଟି ବୋଟ୍ ଲଗାଯାଇଛି । ସେହିପରି ୧୦ଟି ପ୍ରାଣୀ ଚିକିତ୍ସକ ଦଳ ଓ ୧୦ଟି ମେଡିକାଲ ଟିମ୍ ବନ୍ୟାଞ୍ଚଳରେ କାର୍ଯ୍ୟ କରୁଛନ୍ତି । ବନ୍ୟାରେ ୨,୮୬,୩୨୭ଟି ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଥିବା ବେଳେ ୬୪,୨୩୨ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons