ଯାଜପୁର: ଯାଜପୁର ଟାଉନ ସ୍ଥାନୀୟ ଆରଟିଓ ଅଫିସ୍ରୁ ଜଣେ ଦଲାଲକୁ ପୋଲିସ୍ ଗିରଫ କରିଛି । ଗିରଫ ଦଲାଲ ହେଉଛି ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ।
ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୋଲିସ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିବହନ କାର୍ୟ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।
Comments are closed, but trackbacks and pingbacks are open.