ଯାଜପୁର, (ବି.ବି.ନୁ୍ୟଜ୍): ଆଜି ଯାଜପୁର ଜିଲ୍ଲାରେ ପୁଣି ୧୪ ଜଣ କରୋନା ସଂକ୍ରମିତ
ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ଚିହ୍ନଟ ରୋଗୀଙ୍କ ମଧ୍ୟରେ ୮୫ ବର୍ଷର ବୃଦ୍ଧା ଓ ୩ ବର୍ଷର ଶିଶୁକନ୍ୟା ସଂକ୍ରମିତ ରହିଛନ୍ତି । ଏ ଯାବତ୍ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬କୁ ଛୁଇଁଛି । ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେବଳ ୨୬ ହୋଇଥିବା ବେଳେ, ଯାଜପୁର, କୋରେଇ ଓ ରସୁଲପୁର ବ୍ଲକ୍ରେ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନିଜାମୁଦ୍ଧିନ୍ ଲିଙ୍କ୍ ଥିବା ବେଳେ ଅବଶିଷ୍ଟ ୩୫ ଜଣ ଯାକ କୋଲକାତା ଲିଙ୍କ୍ରେ ଆକ୍ରାନ୍ତ । ମାର୍ଚ୍ଚ ୩ ତାରିଖରେ ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୩୬କୁ ଛୁଇଁଛି ।ଯାଜପୁର ଜିଲ୍ଲାରେ କରୋନା ଭୟଙ୍କର ଗୋÂୀ ସଂକ୍ରମଣର ରୂପ ନେଉଛି ।
ଦଶରଥପୁର ବ୍ଲକ୍ ଅନ୍ତର୍ଗତ କଟିକଟା ଗ୍ରାମରେ କେବଳ ୨୦ଜଣ କରୋନା ଦ୍ୱାରା ସଂକ୍ରମିତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଗତକାଲି ଚିହ୍ନଟ ହୋଇଥିବା ୨ଜଣ ଏବଂ ଆଜି ଚିହ୍ନଟ ୧୪ଜଣ କରୋନା ସଂକ୍ରମିତ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବାର ଜଣା ପଡ଼ିଛି । କୋଲକାତା ଫେରନ୍ତା କରୋନା ସଂକ୍ରମିତ ଯେ, ଭୟଙ୍କର ଗୋÂୀ ସଂକ୍ରମଣର କାରଣ ସାଜିଛନ୍ତି ତାହା ଜଳଜଳ ହୋଇ ଦିଶିଲାଣି । ଯାଜପୁରରେ ଭୟଙ୍କର ଗୋÂୀ ସଂକ୍ରମଣ ଦେଖା ଦେଇଥିବାରୁ ଆଗାମୀ ଦିନରେ ଜିଲ୍ଲାକୁ ଫେରିଥିବା ସହସ୍ରାଧିକ କୋଲକାତା ଫେରନ୍ତାଙ୍କ ଦ୍ୱାରା ବହୁ ସଂଖ୍ୟକ ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହୋଇଥିବାର ଆଶଙ୍କା ପ୍ରକାଶ ପାଇଛି ।
ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ କଟିକଟା ଗ୍ରାମର ୪ଜଣ ବ୍ୟକ୍ତି ନିଜ ଗାଁକୁ ଗୋପନରେ ଫେରିଥିଲେ । ପ୍ରଶାସନ ଜାଣିବା ପରେ ସେମାନଙ୍କୁ ନିଜ ଗ୍ରାମର ସଂଗରୋଧ ଗୃହରେ ୧୬ ଦିନ ରଖିଥିଲା । ଏମାନେ ଘରକୁ ଫେରିବା ପରେ ନିଜ ଘର ଲୋକଙ୍କ ସମେତ ସାହି ପଡ଼ିଶାଙ୍କ ସଂସ୍ପର୍ଶରେ ସମ୍ପୃକ୍ତ ୪ଜଣ ବ୍ୟକ୍ତି ଆସିଥିଲେ । ଚଳିତ ମାସ ୨୦ ତାରିଖ ପରେ କଟିକଟାର ୪ଜଣ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା ଓ ଚଳିତ ମାସ ୨୫ ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ରହିଥିବାର ଜଣା ପଡ଼ିଥିଲା । କଟିକଟାର ୪ ଜଣ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ସ୍ୱାବ୍ଟେଷ୍ଟ କରିବାକୁ ଆଗେଇ ଆସିଥିଲେ । କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣଙ୍କ ଦେହରେ ଗତକାଲି କରୋନା ଭୂତାଣୁ ଥିବାର ଜଣା ପଡ଼ିଥିଲା । ଆଜି ମଧ୍ୟାହ୍ନରେ ପୁଣି ୧୪ ଜଣ କଟିକଟା ଗ୍ରାମର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୮୫ ବର୍ଷିୟା ମହିଳା ଓ ୨ ବର୍ଷର ଶିଶୁ ରହିଥିବାର ପରୀକ୍ଷା ରିପୋର୍ଟରେ ଜଣା ପଡ଼ିଛି ।
୪ ଜଣ କୋଲକାତା ଫେରନ୍ତା ଇତି ମଧ୍ୟରେ ୧୬ଜଣଙ୍କୁ ସଂକ୍ରମିତ କରିଥିବା ବେଳେ, ଏବେ ବି ଶତାଧିକ ସ୍ୱାବ୍ଟେଷ୍ଟ ରିପୋର୍ଟ ପ୍ରକାଶ ଅପେକ୍ଷାରେ ରହିଛି ।ଦଶରଥପୁର ବ୍ଲକ୍ରେ ୫ ଶହରୁ ଅଧିକ କୋଲକାତା ଫେରନ୍ତା ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୩୫୮ଜଣଙ୍କ ସ୍ୱାବ୍ଟେଷ୍ଟ ହୋଇଥିବାର ଜଣା ପଡ଼ିଛି । ଏଥି ମଧ୍ୟରୁ ମାତ୍ର ୨ ଶହରୁ ସାମାନ୍ୟ ଅଧିକ ରିପୋର୍ଟ ପ୍ରକାଶ ପାଇଛି । ଏ ଯାବତ୍ ଦଶରଥପୁର ବ୍ଲକ୍ରେ କୋଲକାତା ଫେରନ୍ତା ଓ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୨୬ ଜଣ କରୋନା ଦ୍ୱାରା ସଂକ୍ରମିତ । କଟିକଟା ଗ୍ରାମର କରୋନା ଆକ୍ରାନ୍ତ ୧୪ ଦିନ ସଂଗରୋଧ ପରେ ଘରକୁ ଫେରିଛନ୍ତି । ମାଂସ ଭୋଜି ହୋଇଛି । ବରା ଦୋକାନରେ ଏମାନେ ବସିଛନ୍ତି, ବରା ବିକିଛନ୍ତି । ଏହି ପରିବାର ସହ ସମ୍ପର୍କିତ ଜଣେ ପାନ ଦୋକାନୀ ଠାରୁ ଗାଁ ସାରା ପାନ ବି ଖାଇଛନ୍ତି । କରୋନାର ଗୋÂୀ ସଂକ୍ରମଣର ନାଭିକେନ୍ଦ୍ର ପାଲଟିଥିବା କଟିକଟା ଗ୍ରାମକୁ ସପ୍ତାହକ ତଳୁ ପ୍ରଶାସନ କଣ୍ଟେନମେଣ୍ଟ ଅଂଚଳ ଭାବେ ଘେରାବନ୍ଦି କରି ରଖିଛି । ଆଜି ସନ୍ଧ୍ୟାରେ ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଶାସନ କୋଭିକ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି । କଟିକଟା ଗ୍ରାମ କରୋନାର ହଟ୍ସ୍ପଟ ରୂପ ନେଇ ସାରିଥିବା ବେଳେ ଅବଶିଷ୍ଟ ପରୀକ୍ଷା ରିପୋର୍ଟ ପ୍ରକାଶ ପାଇବା ପରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.