ଯୁବକକୁ ଟେକି ଫୋପାଡ଼ି ଦେଲା ଦନ୍ତା

Get real time updates directly on you device, subscribe now.

ଯୋଡା,(ବି.ବି.ନୁ୍ୟଜ): ଦନ୍ତା ଆକ୍ରମଣରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେrନ ଅନ୍ତର୍ଗତ ବଡକାଳିମାଟି ପଞ୍ଚାୟତରେ ଥିବା ଜାମୁପାଣି ଗାଁର ଡବ ଚାମ୍ପିଆ (୩୫)ଙ୍କ ମୃତୁ୍ୟ ଘଟିଛି । ଦୁଇଟି ଦନ୍ତା ହାତୀ ତାଙ୍କ ଘର ମୁହାଁ ହେବା ସମୟରେ ସ୍ଥାନୀୟ ବାସିନ୍ଦା ହୋହଲ୍ଲା କରିଥିଲେ । ଫଳରେ ସେଥିମଧ୍ୟରୁ ଗୋଟିଏ ଦନ୍ତା ହାତୀ ଦୌଡି ଆସି ଡବଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା । ତାଙ୍କର ଡାହାଣ ହାତଟି ଭାଙ୍ଗିଯିବା ସହ ଦେହରେ ଅଘାତ ଲାଗିଥିଲା । ଖବର ପାଇ ବାମେବାରୀ ଫରେଷ୍ଟ ଜତିନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡବକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇଥିଲେ । ସେଠାରେ ଡାକ୍ତର ମୃତୁ୍ୟ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, କିଛି ଦିନ ହେବ ଗୋଟିଏ ୫ଟିକିଆ ଓ ୩ ଟିକିଆ ହାତୀପଲ ପୃଥକ୍ ଭାବେ ସିଲିଯୋଡା, କାଳିମାଟି, କାଳିଆପାଣି ଓ ପୀଢପୋଖରୀ ଅଞ୍ଚଳରେ ଘୁରି ବୁଲୁଛନ୍ତି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ହାତୀପଲ ପୀଢପୋଖରୀ ଏବଂ କାଳିଆପାଣି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଏହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons