ଯୁବକକୁ ପିଟି ପଟି ମାରିଦେଲା ଦେଢ଼ଶୁର

Get real time updates directly on you device, subscribe now.

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ସାନଭାଇ ବୋହୂକୁ ବଳାକ୍ରାର କରିବାକୁ ଆସିଥିବା ଯୁବକକୁ ଶାବଳ ଓ ବେଲଚା ସାହାଯ୍ୟରେ ପିଟି ପିଟି ମାରିଦେଲା ଦେଢଶୁର । ଘଟଣାସ୍ଥଳରୁ ଶାବଳ ଓ ବେଲଚା ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ । ଏହି ଘଟଣାରେ ପୁଲିସ ଦେଢ଼ଶୁର କଟିଆ ମାରାଣ୍ଡିକୁ ଗିରଫ କରିଛି ।
ଘଟଣା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ଶାଳବଣି ଗ୍ରାମରେ ମଙ୍ଗଳବାର ରାତିରେ ଘଟିଯାଇଛି ଏକ ହତ୍ୟା । ଶାଳବଣି ଗ୍ରାମ ନିବାସୀ ରାବଣ ମାରାଣ୍ଡିଙ୍କର ଦୁଇପୁଅ । ସେଥିମଧ୍ୟରୁ ବଡ଼ ପୁଅ ଗ୍ରାମ ପାଖ ଥିବା ଇଟାଭାଟିରେ ଜଗୁଆଳୀ କାମ କରୁଥିବାବେଳେ ସାନ ପୁଅ ଗୁଜୁରାଟରେ ଯାଇ କାମ କରୁଛନ୍ତି । ବଡ଼ ପୁଅ କଟିଆ ମାରାଣ୍ଡି ବାହା ହୋଇ ନାହାନ୍ତି । ସାନଭାଇ ବାହାରେ କାମକରୁଥିବାରୁ ତାଙ୍କର ସ୍ତ୍ରୀ ମଲ୍ଲୀ ମାରାଣ୍ଡି ଓ ତାଙ୍କ ଛୋଟ ଛୁଆ ଶ୍ୱଶୁର ଘରେ ଏକାଠି ରୁହନ୍ତି । ମଙ୍ଗଳବାର ରାତିରେ ଶ୍ୱଶୁର ରାବଣ ମାରାଣ୍ଡି ଅନ୍ୟ ଜଣେ ବନ୍ଧୁ ଘରକୁ ବୁଲିବାକୁ ଯାଇଥିଲେ । ଦେଢଶୁର ମଧ୍ୟ ଜଗୁଆଳୀ କାମ କରିବାପାଇଁ ଇଟାଭାଟିକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମର ଦୁଲା ସରେନଙ୍କ ପୁଅ ବାଦଲ ସରେନ (୩୨) ନିଶାଶକ୍ତ ଅବସ୍ଥାରେ ମଙ୍ଗଳବାର ରାତି ୧୧ଟାରେ ମଲ୍ଲୀଙ୍କ ଘରକୁ ବଳାକ୍ରାର କରିବା ଉଦେ୍ଧଶ୍ୟ ନେଇ ଘର ଭିତରକୁ ପଶିବା ପାଇଁ ଚେଷ୍ଟା କରୁଥିଲା ।ଏହି ସମୟରେ ମଲ୍ଲୀ ଫୋନ ଯୋଗେ ତାଙ୍କ ଦେଢଶୁର କଟିଆକୁ ଘଟଣା ସମ୍ପର୍କରେ ଜଣାଇଥିଲେ । କଟିଆ ଘରକୁ ଆସୁଥିବାର ଦେଖି ବାଦଲ ନିଶାଶକ୍ତ ଅବସ୍ଥାରେ ଘର ପଛ ବାଡି ଆଡକୁ ଦୌଡି ଯାଇଥିଲା । ତତ୍କ୍ଷଣାତ କଟିଆ ବାଡି ପଛକୁ ଦୌଡି ଯାଇ ଏକ ବେଲଚା ଓ ଶାବଳ ଯୋଗେ ବାଦଲକୁ ପିଟିପିଟି ହତ୍ୟା କରିଥିଲା । ବିଶ୍ୱସ୍ଥ ସୂତ୍ରରୁ ବୈଶିଙ୍ଗା ପୁଲିସ ଖବର ପାଇ ବୁଧବାର ଭୋରରୁ ଏସଆଇ ଲକ୍ଷ୍ମଣ ମୁର୍ମୁ ଓ ଅନୀତା ସ୍ୱାଇଁ ସଦଳବଳ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ହତ୍ୟାକାରୀ କଟିଆ ମାରାଣ୍ଡିକୁ ଗିରଫ କରି ଥାନାକୁ ନେଇଆସିଥିଲେ । ରାତି ସାରା ଶବ ପାଖରେ ବୈଶିଙ୍ଗା ପୁଲିସ ଜଗି ରହିଥିଲା । ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିନ ୧୨ଟାରେ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲେ । ପରିଶେଷରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି ।ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକ ବୈଶିଙ୍ଗା ଥାନାରେ ଏକ ଏତଲା ଦେଇଥିଲେ ।ଏତଲାକୁ ଆଧାର କରି ବୈଶିଙ୍ଗା ପୁଲିସ ହତ୍ୟାକାରୀଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ କରୁଛି ।

ରିପୋର୍ଟ: ଘାଷିରାମ ବେହରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons