ଯୁବକକୁ ବାନ୍ଧି ନିର୍ଘାତ ଛେଚିଲେ ଗ୍ରାମବାସୀ

Get real time updates directly on you device, subscribe now.

ଉଦଳା,(ବି.ବି.ନ୍ୟୁଜ୍): ନିଶାଗ୍ରସ୍ତ ଅବସ୍ଥାରେ ଚୋରି କରିବାକୁ ଜଣଙ୍କ ଘରେ ପଶିବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଲା । ଯୁବକ ଜଣକ ଘରଲୋକଙ୍କ ହାତରେ ଧରାପଡିବା ପରେ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ନିର୍ଘାାତ ମାଡ଼ମାରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଉଦଳା ଥାନା ବଡଖମଣ ପଞ୍ଚାୟତ ଉଠାଣିସାହି ଗ୍ରାମର ଯୁବକ ମୁନ୍ନା ସିଂ(୨୫) ବୁଧବାର ଭୋର ସମୟରେ ଉଦଳା ଏନଏସି ୧୦ ନଂ ୱାର୍ଡର ବୁଧୁନୀ ହେମ୍ବ୍ରମ୍ଙ୍କ ଘରେ ପଶିଥିଲେ । ସେ ଚୋରି କରିବା ସମୟରେ ଉକ୍ତ ଘରେ ଶୋଇଥିବା ବୁଧୁନୀଙ୍କ ଦୁଇ ଝିଅ ଏହା ଜାଣି ଚିକ୍ରାର କରିଥିଲେ । ଫଳରେ ପରିବାରର ଅନ୍ୟମାନେ ଉଠି ପଡ଼ିିଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ଥିବା ମୁନ୍ନା ହାତରେ ଡେକଚି, ହାଣ୍ଡି ଧରି ବାହାରିବାକୁ ଚେଷ୍ଟା କରୁଥିବାବେଳେ ପରିବାର ଲୋକେ ତାଙ୍କୁ କାବୁ କରିନେଇ ଅଟକ ରଖିଥିଲେ । ଏହି ଖବର ସକାଳେ ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଲୋକେ ଏକଜୁଟ୍ ହୋଇ ମୁନାକୁ ଗୋଟିଏ ଖୁଣ୍ଟରେ ବାନ୍ଧି ଦେଇ ନିର୍ଘାତ ପିଟିଥିଲେ । ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା ।
ଘଟଣା ନେଇ ବୁଧୁନୀ ହେମ୍ବ୍ରମଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ୍ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଅନ୍ୟପକ୍ଷେ ଅଭିଯୁକ୍ତ ମୁନ୍ନା ଚୋରି ଅଭିଯୋଗକୁ ଅସ୍ୱୀକାର କରିଛି । ସେ ସାମ୍ବାଦିକମାନଙ୍କ ନିକଟରେ କହିଛିଯେ ମଙ୍ଗଳବାର ଦିନ ନିଜର କିଛି ସାଥୀଙ୍କ ସହିତ ମଦ ପିଇବା ନିମନ୍ତେ ବୁଧୁନୀଙ୍କ ଘର ନିକଟକୁ ଯାଇଥିଲା । ସେଠାରେ ବଚସା ହେବାରୁ ସାଥୀମାନେ ସେଠାରୁ ଚାଲିଯାଇଥିଲେ । ବୁଧବାର ଦିନ ପୁନଶ୍ଚ ମୁନ।। ମଦ ପିଇବା ନିମନ୍ତେ ଯାଇଥିବାବେଳେ ତାଙ୍କୁ ଗ୍ରାମବାସୀ ଅଟକ ରଖି ମାଡ ମାରିଥିବା ସେ ପାଲଟା ଅଭିଯୋଗ କରିଛି । ବୁଧୁନୀଙ୍କ ଘରକୁ ଚୋରି କରିବାକୁ ପଶିବା ଘଟଣା ସଂପୂର୍ଣ୍ଣ ମିଥ୍ୟା ବୋଲି ମୁନା କହିଛି । ତେବେ ଏପରି ଏକ ସ୍ପର୍ଶକାତର ଅଭିଯୋଗ ନେଇ ଉଦଳା ଥାନାଧିକାରୀ ସନାତନ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ମୁନାଙ୍କ ପକ୍ଷରୁ ଅଭିଯୋଗ ମିଳିଲେ ଘଟଣାର ତଦନ୍ତ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons