ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

Get real time updates directly on you device, subscribe now.

ଧରାକୋଟ, (ବି.ବି.ନ୍ୟୁଜ୍): ବାର୍ଣ୍ଡାରେ ବସି ଜଣେ ଯୁବକ ମୋବାଇଲ୍ ଦେଖୁଥିବାବେଳେ ତିନି ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ନିର୍ମମ ହତ୍ୟା କରିଛନ୍ତି । ଘଟଣା ଘଟିଛି ଆଜି ଅପରାହ୍ନ ୪ଟା ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଣ୍ଢିପଲ୍ଲୀ ଗ୍ରାମରେ । ମୃତକ ସେହିଗ୍ରାମର ମହେଶ୍ୱର ବିଶୋଇଙ୍କ ପୁଅ କୃଷ୍ଣଚନ୍ଦ୍ର (୨୫) । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ପ୍ରତାପଚନ୍ଦ୍ର ତ୍ରିପାଠୀ କହିଛନ୍ତି ।
କୃଷ୍ଣ ସମ୍ପର୍କୀୟ ଜେଜେ ବାପା ଶଶି ବିଷୋଇଙ୍କ ପିଣ୍ଡାରେ ବସି ମୋବାଇଲ୍ ଦେଖୁଥିଲେ । ୩ ଜଣ ଦୁର୍ବୃତ୍ତ ଆସି ଏହି ସମୟରେ ଆତର୍କିତ କୃଷ୍ଣଙ୍କୁ ଖଣ୍ଡା ଓ ଭୁଜାଲିରେ ଚୋଟ ପକାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପଚନ୍ଦ୍ର ତ୍ରିପାଠୀ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons