ଯୁବକଙ୍କୁ ପଥରରେ ଛେଚି ହତ୍ୟା!

Get real time updates directly on you device, subscribe now.

ଜୟପୁର: ନିଖୋଜ ଥିବା ଜଣେ ଯୁବକଙ୍କୁ ଅମାନୁଷିକଭାବେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଛତଡ଼ିପୁଟର ଉପେନ୍ଦ୍ର ଗାଦବା(୧୯) । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି । ବିଭିନ୍ନ ନମୁନା ସଂଗ୍ରହ କରିଛି । ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ପୁଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ଏସ୍ଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି । ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଥିବା ସେ କହିଛନ୍ତି ।
ଆଜି ସକାଳେ କଣ୍ଡାପୁଟ ଜଙ୍ଗଲ ପାଖରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ମୁହଁ ବିକୃତ ଦିଶୁଥିଲା । ମୃତକ ଜଣଙ୍କ ଉପେନ୍ଦ୍ର ବୋଲି ତାଙ୍କ ବାପା ହର ଗାଦବା(୫୦) ଏବଂ ଅନ୍ୟମାନେ ଚିହ୍ନଟ କରିଥିଲେ । ଏ ସମ୍ପର୍କରେ ଥାନାକୁ ଖବର ଦିଆଯାଇଥିଲା । ଏସଡିପିଓ ଶ୍ରୀ ବେହେରା, ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ଼ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବକଙ୍କୁ ଏକ ପଥରରେ ଛେଚି ପରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ମୃତଦେହ ପାଖରେ ଏକ ରକ୍ତଲଗା ପଥର ଏବଂ ଲୁହା ସରଞ୍ଜାମ ପଡିଥିଲା । ଖବର ପାଇ କୋରାପୁଟରୁ ଡଗ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲେ । ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ଜିଲ୍ଲା ହସପିଟାଲକୁ ଅଣାଯାଇଥିଲା । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପୁଲିସ ସନେ୍ଦହ କରୁଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଅଧିକ ତଥ୍ୟ ଦେବାକୁ ମନା କରିଛି । ଓଆଇସି ଶ୍ରୀ ମହାକୁଡ଼ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ପୂଲିସ ସୂଚନା ଅନୁଯାୟୀ, ଗତ ରବିବାର ଅର୍ଥାତ ୬ ତାରିଖରୁ ଉପେନ୍ଦ୍ର ନିଖୋଜ ଥିବା ସମ୍ପର୍କରେ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଏତଲାରେ ଦର୍ଶାଇଛନ୍ତି ଯେ, କଣ୍ଡାପୁଟ ଜଙ୍ଗଲ ନିକଟରେ ତାଙ୍କ ପୁଅର କ୍ଷତବିକ୍ଷତ ମୃତଦେହ ପଡିଛି । ତାଙ୍କ ପୁଅକୁ କେହି ହତ୍ୟା କରିଛନ୍ତି । ଦେହର ବିଭିନ୍ନ ଅଂଶରେ ଗଭୀର କ୍ଷତ ରହିଛି । ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏତଲାକୁ ଭିତ୍ତି କରି ଦଫା ୩୦୨/୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons