ଯୁବକଙ୍କୁ ପିଟି ପିଟି ମାରିଦେଲେ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅର୍ନ୍ତଗତ ଏରେଣ୍ଡେଇ ଗ୍ରାମ ରଜାଭାଡ଼ି ସାହି ସାପ୍ତାହିକ ହାଟରେ ଘଟିଛି ହତ୍ୟାକାଣ୍ଡ । କୁମୁଳାବାହାଳି ଗ୍ରାମର ହେମନ୍ତ ମହାନ୍ତଙ୍କୁ ଗତ ଶୁକ୍ରବାର ରଜାଭାଡ଼ି ସାପ୍ତାହିକ ହାଟରେ ଠେଙ୍ଗାରେ ଅତି ନିର୍ମମ ଭାବେ ପିଟିପିଟି ଲହୁଲୁହାଣ କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ । ମୃତ ହେମନ୍ତଙ୍କ ବଡ଼ ଭାଇ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ପାଟଣା ଥାନାରେ ୨/୨୧ରେ ମାମଲା ରୁଜୁ ହୋଇଛି । ଥାନା ଏସ୍ଆଇ ଶିବ ଶଙ୍କର ଆଲଦା ଘଟଣାର ତଦନ୍ତ କରୁଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ହେମନ୍ତ ମହାନ୍ତ ଏରେଣ୍ଡେଇ ଗାଁ ନିକଟ ରଜାଭାଡ଼ି ସାପ୍ତାହିକ ହାଟକୁ ଯାଇଥିଲେ । ସେଠାରେ ୪ ଜଣ ଲୋକ ତାଙ୍କୁ ଠେଙ୍ଗାରେ ଅତିର୍କିତ ଆକ୍ରମଣ କରିଥିଲେ । ହେମନ୍ତଙ୍କୁ ବଞ୍ଚାଇବାକୁ ଯାଇ ସ୍ଥାନୀୟ ମହିଳା ଶାନ୍ତିଲତା ମୁଣ୍ଡା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ହେମନ୍ତ ଅଚେତ୍ ହୋଇ ପଡିଯିବାରୁ ତାଙ୍କୁ ପ୍ରଥମେ ପାଟଣା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ହେମନ୍ତଙ୍କ ମୃତୁ୍ୟ ଘଟିଛି ।
ଗୁରୁତର ହୋଇଥିବା ଶାନ୍ତିଲତା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ୪ ଜଣ ବ୍ୟକ୍ତି ରଜାଭାଡିସାହି ହାଟରେ ଅମାନୁଷିକ ଭାବେ ହେମନ୍ତଙ୍କୁ ଠେଙ୍ଗାରେ ପିଟିପିଟି ଆହତ କରିଥିôଲେ । ପାଟଣା ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ଶନିବାର ସନ୍ଧ୍ୟା ସୁଦ୍ଧା କାହାରିକୁ ଅଟକ କିମ୍ବା ଗିରଫ କରାଯାଇ ନଥିବା ଜଣା ପଡ଼ିଛି । ଦଫା ୩୦୨/୩୦୭/୩୭୯ ଆଇପିସି ୩୪ ରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ପୁଲିସ ପ୍ରକାଶ କରିିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons