କପ୍ତିପଦା,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧୀନ ନଟୋ ସଂରକ୍ଷିତ ଜଙ୍ଗଲର ଶାଣଦେଇ ଟଙ୍ଗାବାହାଳୀ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ଶୋଚନୀୟ ମୃତୁ୍ୟ ଘଟିଛି ।
ସବିଶେଷ ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର କାନକୁମୁରା ଗ୍ରାମର କଟିଆ ମହାକୁଡ଼, ମଣ୍ଟୁ ମହାକୁଡ଼, କୁନା ସାବରାଇ ଓ ପଣ୍ଡୁ ସିଂ (୨୮) ଏକାଠି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିଲେ । ଗୋରୁ ଚରାଉଥିବା ସମୟରେ ହାତୀ ଆସିଯିବାରୁ ଅନ୍ୟ ତିନିଜଣ ଦୌଡ଼ିିି ପଳାଇ ଆସିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ପଣ୍ଡୁ ସିଂ ହାତୀ ସାମ୍ନାରେ ପଡ଼ିଯାଇଥିଲେ । ହାତୀ ପଣ୍ଡୁ ସିଂଙ୍କୁ ପାଦରେ ଦଳିଦେଇଥିଲା । ପଣ୍ଡୁଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଯାଇଥିଲା ।
ଗ୍ରାମବାସୀ କପ୍ତିପଦା ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ସହିତ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ । ପଣ୍ଡୁଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଘଟଣା ସଂପର୍କରେ ଶରତ ଥାନାକୁ ଅବଗତ କରାଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନା ପଠାଇଛି ।
ପଣ୍ଡୁଙ୍କ ପରିବାର ଅତ୍ୟନ୍ତ ଗରିବ । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।
Comments are closed, but trackbacks and pingbacks are open.