ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Get real time updates directly on you device, subscribe now.

ନୟାଗଡ: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୟାଗଡ ଜିଲ୍ଲା ଇଟାମାଟି ଥାନା ଗୁଣ୍ଡୁରାବାଡି କାଳିଆଷଣ୍ଢରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଇଟାମାଟି ଥାନା ଗୁଣ୍ଡୁରାବାଡି କାଳିଆଷଣ୍ଢ ନିକଟରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭୁତଡି ଗାଁର ବଳଭଦ୍ର ବଳିଆରସିଂହ । ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିବା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି ।
ମୃତଦେହ ନିକଟରୁ ଏକ ପର୍ସ ଜବତ କରାଯାଇଛି । ପର୍ସରୁ କିଛି ଟଙ୍କା, ଭୋଟ୍ ପରିଚୟ ପତ୍ର, ଏଟିଏମ୍ କାର୍ଡ ଆଦି ଜବତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons