ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଚନ୍ଦାହାଣ୍ଡି ଥାନା ମୋହରା ପଞ୍ଚାୟତ ଆମଗୁଡା ଗାଁରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାଁ ସହଦେବ ମାଝୀ(୨୦) । ପୁଲିସ୍ ଗାଁର ଏକ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପୁଲିସ ସୂଚନା ଅନୁଯାୟୀ, ଆମଗୁଡା ଗାଁର ସହଦେବ ମଙ୍ଗଳବାର ରାତିରେ ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ । ସକାଳେ ଶୌଚ ଲାଗି ଗାଁ ନିକଟ କେନାଲ୍କୁ ଯାଇଥିଲେ । ସେ ଦୀର୍ଘ ସମୟ ପରେ ବି ଘରକୁ ଫେରି ନଥିଲେ । ଆଜି ସକାଳେ ଗ୍ରାମବାସୀ ଗାଁ ନିକଟ ଏକ ଗଛରେ ସହଦେବଙ୍କ ଝୁଲନ୍ତା ଶବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏ ସମ୍ପର୍କରେ ତାଙ୍କ ବଡଭାଇ ଠେଲସିଂ ମାଝୀ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଏସ୍ଆଇ ସମୀରକୁମାର ପ୍ରଧାନ, କନେଷ୍ଟବଳ ଗଣେଶଚନ୍ଦ୍ର ମାଝୀ ପ୍ରମୁଖ ଗାଁରେ ପହଂଚି ଶବ ଜବତ କରିଥିଲେ । ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସ୍ଆଇ ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.