ଯୁବକଙ୍କ ଉପରେ ମାଡିଗଲା ତେଲ ଟ୍ୟାଙ୍କର

Get real time updates directly on you device, subscribe now.

ଖୋର୍ଦ୍ଧା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କରଟି ଦ୍ରୁତଗତିରେ ଆସି ତାଙ୍କ ଶରୀରର ମଧ୍ୟ ଭାଗରେ ଚଢ଼ି ଯାଇଥିଲା।
ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ମୃତକ ହେଲେ ସରଧାପୁର ଅଞ୍ଚଳର ମଞ୍ଜୁର ମହମ୍ମଦ। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons