ଯୁବକଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନେ୍ଦହ

Get real time updates directly on you device, subscribe now.

ସୁନ୍ଦରଗଡ଼: ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚା ବାଇପାସ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।ଗୋପି ରାଉତ ନାମକ ଜଣେ ଯୁବକ ଗତ ରବିବାର ଦିନ ବସଷ୍ଟାଣ୍ଡ ଠାରେ କିଛି ପିଲାଙ୍କ ସହ ପାଟିତୁଣ୍ଡ କରିଥିଲେ।
ସନ୍ଧ୍ୟାରେ ଘରକୁ ନଅ ଫେରିବାରୁ ଗୋପି ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ସୋମବାର ଦିନ ସଦର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କର ମୃତ ଦେହ ବାଇପାସ ନିକଟରୁ ମିଳି ଥିବାରୁ ଗୋପିଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥାନରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons