ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ରାତି ସାଢେ ୧୧ଟା ପର୍ଯ୍ୟନ୍ତ ସବୁ ଥିଲା ଠିକ୍ଠାକ୍ । ମା’ଙ୍କ ସହ ମୋବାଇଲ୍ ଯୋଗେ କଥା ବି ହୋଇଥିଲା ପୁଅ । କିନ୍ତୁ ରାତି ୧୨ଟାରେ ମା’ଙ୍କ ମୋବାଇଲକୁ ଆସିଥିଲା କଲ୍ । ଆଉ କଲ୍ ରିସିଭ୍ କରିବା ପରେ ମା’ର ପାଦ ତଳୁ ମାଟି ଖସି ଯାଇଥିଲା । ଖବର ଆସିଥିଲା ତାଙ୍କ ପୁଅ ଆଉ ଏପାରିରେ ନାହିଁ । ତା’ ପରେ ବାପା ଓ ମା’ ଉଭୟ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଯାହା ଦେଖିଥିଲେ ତାହା ଥିଲା ହୃଦୟ ବିଦାରକ । ମୃତ ପୁଅର ବେକରେ ଥିଲା କଳା ଦାଗ । ନାକରୁ ବାହାରୁଥିଲା ରକ୍ତ । ମୁଣ୍ଡରେ ଆଘାତ ଲାଗି କ୍ଷତ ଥିବାବେଳେ ମୁହଁରେ ଥିଲା ଆମ୍ପୁଡା ଦାଗ । ଯାହାକୁ ନେଇ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମା’ । ଏଭଳି ଏକ ଘଟଣା ମଙ୍ଗଳବାର ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ହତ୍ୟାକାଣ୍ଡ ଭୁବନେଶ୍ୱରରେ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ ଖୋସାଲ୍ପୁର ଗ୍ରାମର ପୁରୋସ୍ତମ ସାହୁଙ୍କ ପୁଅ ପ୍ରଭାକର ସାହୁ (୨୮) ।
ପ୍ରଭାକର ୩ ବର୍ଷ ଧରି ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କ ବାପା ପୁରୋସ୍ତମ ଓ ମା’ ଦମୟନ୍ତୀ ସାହୁ ପୁରୀ ଟାଉନ୍ ଥାନା ଅଧୀନ ବାଲିସାହିରେ ରହୁଛନ୍ତି । ସେପଟେ ପ୍ରଭାକରଙ୍କ ପିଉସା ଓ ପିଉସୀ ଭୁବନେଶ୍ୱର ଭରତପୁର ଠାରେ ରହୁଛନ୍ତି । ପ୍ରଭାକର ତାଙ୍କ ପିଉସାଙ୍କ ଘରକୁ ଯିବାଆସିବା କରନ୍ତି । ହେଲେ ସୋମବାର ମଧ୍ୟରାତିରେ ତାଙ୍କ ପିଉସା ହଠାତ୍ କଲ୍ କରି ମା’ ଦମୟନ୍ତୀଙ୍କୁ କହିଥିଲେ ଯେ, ପ୍ରଭାକର ଆତ୍ମହତ୍ୟା କରିଛନ୍ତି । ପ୍ରଭାକରଙ୍କୁ ପିଉସାଙ୍କ ପରିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ନିସ୍ତେଜ ଅବସ୍ଥାରେ ସେଠାରୁ ପରେ ସିଧା ପୁରୀ ନେଇ ଚାଲି ଆସିଥିଲେ । ଏଠାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ କହିଛନ୍ତି ଯେ, ଡାକ୍ତରଖାନାରୁ ଶବ ଜବତ କରାଯାଇଛି । ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯିବା ସହ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons