ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

ମୈଦଲପୁର,(ବି.ବି.ନୁ୍ୟଜ୍): ପାପଡାହାଣ୍ଡି ଥାନା ମୈଦଲପୁର ଫାଣ୍ଡି ସିନ୍ଧିଗୁଡା ଗାଁରେ ଜଣେ ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ମୃତକ ହେଲେ ନରେନ୍ଦ୍ର ଗୌଡ(୩୫) । କେଉଁ କାରଣରୁ ତାଙ୍କ ମୃତୁ୍ୟ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଗାଁର ଭୁଜବଳ ଗୌଡଙ୍କ ପୁଅ ନରେନ୍ଦ୍ର ମଙ୍ଗଳବାର ରାତି ୮ଟା ବେଳେ ବାପାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ନେଇ ଘରଠାରୁ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଯାଇଥିଲେ । ସେଠାରୁ ବାପାଙ୍କୁ ଟର୍ଚ୍ଚ ମାଗି କେଉଁଆଡେ ଚାଲିଯାଇଥିଲେ । ଆଜି ସକାଳେ ଗ୍ରାମବାସୀ ଜମିରେ ଶୌଚ ହେବାଲାଗି ଯାଉଥିବା ବେଳେ ଗାଁ ନିକଟ ନାଳରେ ନରେନ୍ଦ୍ର ମୁହଁମାଡି ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କ ମୁହଁ ଓ ଆଖିପତାରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରି ଘରକୁ ଅଣାଯାଇଥିଲା । ସେତେବେଳକୁ ତାଙ୍କ ମୃତୁ୍ୟ ଘଟିସାରିଥିଲା ବୋଲି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଅନାମ ଦିଆନ ଗାଁରେ ପହଞ୍ଚି ଶବକୁ ଜବତ କରିଥିଲେ । ପରେ ବ୍ୟବଚ୍ଛେଦ ପାଇଁ ଏକ ଅଟୋରେ ତାଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏ ସମ୍ପର୍କରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଫାଣ୍ଡି ଅଧିକାରୀ ଶ୍ରୀ ଦିଆନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons