ଯୁବକଙ୍କ ସନେ୍ଦହ ଜନକ ମୃତୁ୍ୟ

Get real time updates directly on you device, subscribe now.

ଭଞ୍ଜନଗର : ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ବାବୁ ତାରିଣୀଙ୍କ ସାନ ପୁଅ ଲକ୍ଷ୍ମଣ ତାରିଣୀ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ଗାଁର ଘଟଣା । ଗତ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ଲକ୍ଷଣଙ୍କ ମୃତ୍ୟୁ ହୋଇଛି
ଖବର ଅନୁଯାୟୀ, ଲକ୍ଷଣ ଆସିକା ଥାନା ବଡ଼ଖୋଲି ଗାଁର ଅଭିମନ୍ୟୁ ସ୍ୱାଇଁଙ୍କ ସାନ ଝିଅ କନକଙ୍କୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। କନକଙ୍କ ଶ୍ୱଶୁର ଘର ଲକେ ସଦା ସର୍ବଦା ଅଶାନ୍ତି ମଧ୍ୟରେ ଗତି କରୁଥିବାରୁ କନକ ଦେଢ଼ ମାସ ହେଲା ଆସି ବାପଘରେ ରହୁଥିଲେ ।
ତେବେ ୨୦ତାରିଖ ରାତି ୨ଟାରେ କନକର ଦେଢଶୁର ଫୋନ କରିଜଣାଇଲେ ଯେ, ତୁମ ସ୍ୱାମୀ ଲକ୍ଷଣ କଣ ଖାଇ ଛଟପଟ ହେଉଛନ୍ତି । ଏହା ଶୁଣି କନକଙ୍କ ପରିବାର ଲୋକେ ପହଞ୍ଚିଥିଲେ । କିନ୍ତୁ ଲକ୍ଷଣଙ୍କ ମୃତଦେହକୁ ତରବରିଆ ଭାବରେ ଶବ ଦାହ କରିବାକୁ ନେଇଗଲେ । ସ୍ତ୍ରୀ କନକ ବାରଣ କରିଥିଲେ ମଧ୍ୟ ଶ୍ୱଶୁର ଏବଂ ଦେଢଶୁର ନ ଶୁଣି ଶବ ସତ୍କାର କରିଦେଇଥିଲେ ।
କନକଙ୍କ ସ୍ୱାମୀ ଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଲା । ଏପଟେ ପୋଲିସକୁ ଖବର ଦେବା ଭୟରେ ଶାଶୁ, ଶଶୁର,ଓ ଦେଢ଼ଶୁର କନକଙ୍କୁ ଘରୁ ବାହାରକୁ ଛାଡୁ ନଥିଲେ । ତେବେ କନକଙ୍କ ଭାଇ ବଡ଼ଗଡ଼ ଥାନାରେ ଅଭିଯୋଗ କଲା ପରେ ପୋଲିସ ହରିପୁର ଗାଁକୁ ଯାଇ କନକଙ୍କୁ ଉଦ୍ଧାର କରିଥିଲା ।ଶବ ଦାହ କରିଥିବା ବ୍ୟକ୍ତି ମାନେ ଗାଁର ନୁହଁନ୍ତି । ସ୍ତ୍ରୀର ଅନୁପସ୍ଥିତରେ ଶ୍ୱଶୁର ଏବଂ ଦେଢ଼ଶୁର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି କନକ । କିନ୍ତୁ ବର୍ତମାନ ଶବ ପୋଡି ପାଉଁଶ ହୋଇଯାଇଛି । ଯଦି ଲକ୍ଷ୍ମଣଙ୍କୁ ହତ୍ୟା କରାଯାଇଛି , ତେବେ ଏହା ପଛର କାରଣ କଣ ? ସେପଟେ କନକଙ୍କ ଏବେ ୫ମାସର ଗର୍ଭବତୀ ଅଛନ୍ତି । ତାଙ୍କ ଛୁଆ ଜନ୍ମ ହେବା ପୂର୍ବରୁ, ସେ ବାପ ଛେଉଣ୍ଡ ହୋଇଗଲା ବୋଲି ସେ କହୁଛନ୍ତି । ତେଣୁ ସେ ନ୍ୟାୟ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons