ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ନୀଳଗିରି: ବାଲେଶ୍ୱର ବରମପୁର ଥାନା ଅଧିନରେ ଜଣେ ଯୁବତୀକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।
ସୂଚନାରୁ ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ବରଡାଡିହ ଗ୍ରାମର ଦେବାଶିଷ ହାସଦା ନାମକ ଜଣେ ଯୁବକ ଛତ୍ରପୁର ପଂଚାୟତର ଜୈନିକ ୧୯ ବର୍ଷୀୟ ଯୁବତୀଙ୍କୁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଅପହରଣ କରିନେଇଥିଲେ । ଏପରିକି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ଯୁବତୀ ଜଣକ ଖସି ଆସିବାପରେ ଚଳିତ ମାସ ୨୮ ତାରିଖରେ ଯୁବତୀ ଜଣକ ବରମପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ୪୦ ନମ୍ବର ମାମଲା ରୁଜୁ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି। ରବିବାର ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବରମପୁର ଥାନାଧିକାରୀ ପ୍ରଭଞ୍ଜନ ବେହେରା ସୁଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons