ଯୁବତୀଙ୍କୁ ଉଠାଇ ନେଇ ରାତି ସାରା ଜଙ୍ଗଲରେ ଗଣଦୁଷ୍କର୍ମ : ୩ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ରାଉରକେଲା: ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ରାତି ସାରା ଜଙ୍ଗଲରେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବାପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ରାତିରେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ସାଙ୍ଗଙ୍କୁ ଉଠାଇ ନେଇଥିଲେ ଅଭିଯୁକ୍ତ । ତେବେ ସେମାନଙ୍କୁ କୁଆଁରମୁଣ୍ଡା ଜଙ୍ଗଲ ମଧ୍ୟକୁ ଉଠାଇ ନେଇଥିଲେ । ସେଠାରୁ ଜଣେ ସାଙ୍ଗ କୌଶଳକ୍ରମେ ଖସିଆସିଥିଲେ ।
ମାତ୍ର ଅଭିଯୁକ୍ତମାନଙ୍କ ହାବୁଡରୁ ଖସିପାରିନଥିଲେ ଅନ୍ୟ ଜଣେ ସାଙ୍ଗ । ଅଭିଯୁକ୍ତମାନେ ପୀଡିତା ଯୁବତୀଙ୍କୁ ଜଙ୍ଗଲରେ ରାତି ସାରା ରଖି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୋଗ ପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଆଁରମୁଣ୍ଡା ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons