ଜେକେପୁର,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନାକୁ ଆଜି ଶତାଧିକ ମହିଳାଙ୍କ ପକ୍ଷରୁ ଘେରାଉ କରାଯାଇଛି । ଚାନ୍ଦିଲି ପୁଲିସ ନିଜ କାର୍ଯ୍ୟରେ ପକ୍ଷପାତତା କରୁଥିବା ନେଇ ମହିଳାମାନେ ଏହାକୁ ବିରୋଧ କରିବା ସହ ଥାନା ଘେରାଉ କରିଥିଲେ । ଘଟଣାରୁ ପ୍ରକାଶ ଯେ, ଗତ ୧୨ ତାରିଖ ଦିନ ଜଣେ ଯୁବତୀଙ୍କୁ କମେଟଣ୍ଟମରାକୁ ନେଇ ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀଙ୍କୁ କମେଣ୍ଟ ମାରିବା ସହ ତାଙ୍କୁ ଅସଦାରଚରଣ ହୋଇଥିବା ନେଇ ୪ ଜଣ ଯୁବକଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଚାନ୍ଦିଲି ପୁଲିସ ପକ୍ଷରୁ କେଶ ନଂ ୧୪୪/୧୯ ରେ ଏକ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାକୁ ଭିତିକରି ୪ ଜଣଙ୍କ ମଧ୍ୟରୁ ୨ ଜଣ ନାବାଳକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାର ପ୍ରତିବାଦରେ ଆଜି ଗରିଫ ନାବାଳକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଥାନା ପ୍ରତିବାଦ କରିବା ସହ ଥାନା ଘେରାଉ କରାଯାଇଥିଲା । ଅଭିଯୋଗ ହେବାପରେ ପୁଲିସ ଘଟଣାର ସଠିକ ତଦନ୍ତ ନକରି ନାବାଳକଙ୍କୁ ଗିରଫ କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ ମିଥ୍ୟା ଅଭିଯୋଗ କରିଥିବା ନେଇ ମହିଳାମାନେ ପୁଲିସକୁ ଜଣାଇଛନ୍ତି । ଏଥିସହ ଅଭିଯୋଗ କରିଥିବା ଜନୈକା ଯୁବତୀ ଓ ତାଙ୍କ ବଡ଼ଭଉଣୀ ଉଭୟଙ୍କ ବିରୋଧରେ ବିସିରୋଡ଼ରେ ରହୁଥିବା ଟି.ରାମା ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆଜି ଉଭୟ ଭଉଣୀ ମିଶି ତାଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲେ । କିଛି କାରଣ ନଥାଇ ସେମାନେ ଏହିଭଳି ଆକ୍ରମଣ କରିଥିବା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଟି.ରାମାଙ୍କ ଅଭିଯୋଗରେ ପୁଲିସ କେଶ ନଂ ୧୪୯/୧୯ରେ ଏକ ମାମଲା ରୁଜୁ କରିଛି । ଉକ୍ତ ମାମଲାରେ ଦୁଇ ଭଉଣୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଟି.ରାମାଙ୍କ ଅଭିଯୋଗ ପାଇ ପୁଲିସ ତାଙ୍କୁ କୋଲନରା ସ୍ଥିତ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିା ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଅତିରିକ୍ତ ଏସପି ଅଶୋକ ସାହୁ ଓ ଆଇଆଇସି ଅଜିତ କୁମାର ସ୍ୱାଇଁ ମହିଳାମାନଙ୍କୁ ବୁଝା ସୁଝା କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ । କିନ୍ତୁ ମହିଳାମାନେ ଉଭୟ ଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପର୍ଯ୍ୟନ୍ତ ଥାନା ସମ୍ମୁଖରୁ ହଟିବୁନାହିଁ ବୋଲି ଜିଦ ଧରି ରହିଛନ୍ତି । ନୁ୍ୟଜ ଲେଖିବା ବେଳେ ଥାନାରେ ଉତେଜନା ଲାଗିରହିଥିଲା । ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ କଲାପରେ ସମାଧାନ କରାଯି ବୋଲି କହିଛନ୍ତି ଏଏସପି ।


Comments are closed, but trackbacks and pingbacks are open.