ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

Get real time updates directly on you device, subscribe now.

ଝାରସୁଗୁଡା : ଝାରସୁଗୁଡା ବସଷ୍ଟାଣ୍ଡ ନିକଟ ଏକ ପରିତ୍ୟକ୍ତ କୋଠରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ଜିଆରପି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ରେଳବାଇ ପୋଲିସ ଓ ଟାଉନ ଥାନା ପୋଲିସ ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳ ଏବେ ଆସାମାଜିକଙ୍କ ଆଡ୍ଡା ପାଲଟିଛି । ଗୁରୁବାର ଦିନ ଦ୍ବିପହରରେ ବସଷ୍ଟାଣ୍ଡ ପଛପଟେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହୋଇଥିଲା । ଏହା ପରେ ସକ୍ରିୟ ହୋଇଉଠିଥିଲା ଜିଆରପି ପୋଲିସ । ତେବେ ଘଟଣାବେଳେ ଭିଡ଼ିଓ ଉତ୍ତୋଳନ କରି ସାହାସ ଦେଖାଇଥିବା ବ୍ୟକ୍ତିଙ୍କ ଯୋଗୁଁ ନର ରାକ୍ଷସଙ୍କ ହାତରେ ଦୁଷ୍କର୍ମ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଯୁବତୀ। ଏଥିସହ ପୀଡିତାଙ୍କ ଇଜ୍ଜତ ବଞ୍ଚି ଯାଇଥିଲା । ଝାରସୁଗୁଡା ସହରରେ ଲକଡାଉନ ଯୋଗୁଁ ଚାରିଆଡେ ଶୂନଶାନ ଥିବା ସୁଯୋଗ ଦେଖି ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ କୋଠରୀରେ ଜଣେ ଯୁବତୀକୁ ଟେକିନେଇ ଗଣ ଦୁଷ୍କର୍ମ ଉଦ୍ୟମ କରୁଥିଲେ ଅସାମାଜିକ ଯୁବକ। ଠିକ୍ ସେତିକି ବେଳେ ସେଠାରେ ଜଣେ ଦେଖଣାହାରୀ ପହଞ୍ଚି ଭିଡିଓ ଉତ୍ତୋଳନ କରି ଯୁବକ ମାନଙ୍କୁ ଧମକ ଚମକ ଦେବାରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ହେଲେ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇ ଯାଇଛି।
ଯୁବତୀ ଜଣକ କେଉଁଠାରୁ ଆସିଥିଲେ ଓ କୁଆଡେ ଗଲେ ତାହା ଜଣାପଡି ନଥିବା ବେଳେ ଭିଡ଼ିଓରେ ଥିବା ଯୁବକମାନେ ବସଷ୍ଟାଣ୍ଡ ଅଞ୍ଚଳରେ ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଥିବା ଜଣାପଡିଛି। ଏହି ଭିଡିଓ ଭାଇରାଲ ହେବା ପରେ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ଜରକୁ ଖୋଜୁଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons