
କେନ୍ଦୁଝର,ା(ବି.ବି.ନ୍ୟୁଜ୍): କେନ୍ଦୁଝର ସଦରଥାନା ମଇଦାନକେଲ ପଞ୍ଚାୟତ ବାସୁଦେବପୁର କାନକୁଳି ଘାଟି ନିକଟରୁ ଆଜି ଜଣେ ଯୁବତୀଙ୍କ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର କରାଯାଇଛି । ଶବଟି ୪/୫ ଦିନ ତଳର ବୋଲି ପୁଲିସ କହିଛି । ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି କେହି ଦୁର୍ବୃତ୍ତ ଏଠାରେ ଫିଙ୍ଗି ଦେଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି ।
ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ କାନକୁଳି ଘାଟିରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ସଦର ଏସ୍ଡିପିଓ ପ୍ରକାଶ ଜେମ୍ସ ଟପ୍ପୋ ଏବଂ ସଦରଥାନା ଅଧିକାରିଣୀ ସ୍ମୃତିପ୍ରଭା ପ୍ରଧାନ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଯୁବତୀଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଛି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୁଣ୍ଡ ଅନ୍ୟ କୌଣସି ସ୍ଥାନରେ ଫିଙ୍ଗି ଦିଆଯାଇଛି ବୋଲି ଆଲୋଚନା ହେଉଛି । ସଦରଥାନାରେ ଏ ନେଇ କେଶ ନଂ ୧୬୫/୨୦୧୯ ସମ୍ବଳିତ ଏକ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ସଦର ଥାନାଧିକାରିଣୀ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.