ରାଉରକେଲା,(ବି.ବି.ନୁ୍ୟଜ୍): ନ୍ୟାୟ ପାଇବା ଆଶାରେ ଜଣେ କୁଅାଁରୀ ମାଆ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିଲା । ମାତ୍ର ବନ୍ଧମୁଣ୍ଡା ଥାନା ପୁଲିସ୍ ଗତ ୨୦ ତାରିଖ ଦିନ ଏନେଇ ଏକ ମାମଲା ରୁଜୁ କରି ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବନ୍ଧମୁଣ୍ଡା ସ୍ଥିତ ଡୁଗମେରତା ସିନେମାଟୋଲିର ସୁନୀଲ ରାଜ ଓ ତରୁଣ ଏକ୍କା । ସେମାନଙ୍କ ଆଜି ଡାକ୍ତରୀମାଇନା କରିବା ପରେ ପୁଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଗତକାଲି ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ବୟାନ ରେକର୍ଡ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ଲାଗି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ପୁଲିସ୍ ସୂଚନା ଅନୁସାରେ, ବନ୍ଧମୁଣ୍ଡା ଅଞ୍ଚଳରେ ପୀଡ଼ିତା ଜଣକ ନିଜ ପରିବାର ସହ ବସବାସ କରୁଛନ୍ତି । ସୁନୀଲ ରାଜଙ୍କ ଘରକୁ ପୀଡ଼ିତା ଜଣକ ଯିବାଆସିବା କରିବା ସହ ତାଙ୍କ ପରିବାର ସଦସ୍ୟଙ୍କ କାମ କରି ଦେଉଥିଲେ । ଏହାର ସୁଯୋଗ ନେଇ ସୁନୀଲ ତାଙ୍କୁ ନିଜ ପ୍ରେମ ଜାଲରେ ପକାଇ ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟଙ୍କ ଏହି ସମ୍ପର୍କରେ ବିଷୟରେ ସୁନୀଲଙ୍କ ସାଙ୍ଗ ତରୁଣ ଏକ୍କା ଜାଣି ପାରିଥିଲେ । ସୁନୀଲଙ୍କ ସହ ପୀଡ଼ିତାଙ୍କ ସମ୍ପର୍କ ଥିବା ପରିବାର ଲୋକଙ୍କୁ କହିଦେବାର ଧମକ ଦେଇ ପୀଡ଼ିତାଙ୍କୁ ବ୍ଲାକମେଲ୍ କରିବା ସହ ଶାରୀରିକ ସମ୍ପର୍କ ରଖିଥିଲେ । ୭ ମାସ ପୂର୍ବରୁ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ମଧ୍ୟ ସୁନୀଲ ଓ ତରୁଣ ଧରାଛୁଅାଁ ଦେଇ ନଥିଲେ । ଯୁବତୀ ଜଣକ ବର୍ତ୍ତମାନ ଏକ ଶିଶୁକନ୍ୟାର ଜନନୀ ହୋଇଛନ୍ତି । ଗତ ୨୦ ତାରିଖ ଦିନ କୁଅାଁରୀ ପୀଡ଼ିତା ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟର ଭିକ୍ଷା କରିଥିଲେ । ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ସୁନୀଲ ଓ ତରୁଣ ତାଙ୍କୁ ଓ ତାଙ୍କ ପରିବାରକୁ ଧମକଚମକ ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଅନ୍ୟପକ୍ଷରେ ପୀଡ଼ିତା ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳି ନଥିଲା । ଶେଷରେ ଗତ ୨୦ ତାରିଖ ଦିନ ପୀଡ଼ିତା ବନ୍ଧମୁଣ୍ଡା ଥାନାରେ ପହଞ୍ଚô ସୁନୀଲ ଓ ତରୁଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏନେଇ ଥାନା କେସ୍ ନଂ.୧୫୪ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬(୨)(ଏନ୍)/୪୧୭/୫୦୬/୩୪ଆଇପିସିରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।


Comments are closed, but trackbacks and pingbacks are open.