ମାହାଙ୍ଗା,(ବି.ବି.ନୁ୍ୟଜ): ଆଜି ମାହାଙ୍ଗା ଯୁବ କଂଗ୍ରେସର କର୍ମୀ ସମାବେଶରେ ଦୁଇ ଗୋÂୀ ହାତାହାତି ହୋଇଛନ୍ତି । ସଭା ଆୟୋଜନକାରୀ ଏବଂ ବିରୋଧୀ ଗୋÂୀ ମଧ୍ୟରେ ଧସ୍ତାଧସ୍ତି ହେବା ଭିତରେ ଆୟୋଜନକାରୀଙ୍କ ମଧ୍ୟରୁ ଜଣେ ଛୁରା ମାଡ଼ରେ ଗୁରୁତର ହୋଇଛନ୍ତି । ଏ ନେଇ ଦୁଇ ଜଣଙ୍କ ନାଁରେ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ଏହା ମାହାଙ୍ଗା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଗୋÂୀ ବିବାଦ ଯୋଗୁଁ ସଭା ଆୟୋଜନ କରିଥିବା ଗୋÂୀଙ୍କୁ ବିରୋଧୀ ଗୋÂୀର କର୍ମୀମାନେ ବିରୋଧ କରିଥିଲେ । ସଭା ଚାଲୁଥିବା ବେଳେ ସଭାମଞ୍ଚକୁ ଚଢି ବିଭିନ୍ନ ଅଶାଳୀନ ଭାଷା ପ୍ରୟୋଗ କରି ସଭାମଞ୍ଚରେ ଉତ୍ପାତ କରିଥିଲେ । ସଭାକୁ ବିରୋଧ କରୁଥିବା କର୍ମୀମାନେ କହୁଥିଲେ କି ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁ ହେଉଛନ୍ତି ଆମ ନେତା । ଆଉ ଏଠି କୋଉ ନେତା ନାହାନ୍ତି । ଏମାନେ ଏଠି କିଏ ବୋଲି କହି ସଭାରେ ଉପସି୍ଥôତ ଥିବା ଦଳୀୟ ନେତୃମଣ୍ଡଳୀକୁ ପ୍ରଶ୍ନ କରିବା ସହ ହୋହାଲ୍ଳା କରି ସଭା ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସଭା ଆୟୋଜନ କରୁଥିବା ଗୋÂୀର କର୍ମୀମାନେ ବିରୋଧକାରୀ ଯୁବକମାନଙ୍କୁ ଗଣ୍ଡଗୋଳ ନ କରିବାକୁ ବାରଣ କରି ସେମାନଙ୍କୁ ସଭାସ୍ଥଳରୁ ଯିବା ପାଇଁ ନିବେଦନ କରୁଥିବା ବେଳେ ସେମାନେ ଉତ୍କ୍ଷିପ୍ତ ହୋଇ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମଣିଯୋରୀ ଗ୍ରାମର ଉମେଶ ଚନ୍ଦ୍ର ସାହୁ ଗୁରୁତର ହୋଇଛନ୍ତି । ତାଙ୍କ ପେଟରେ ଗଭୀର କ୍ଷତ ହେବା ସହ ସେ ମାହାଙ୍ଗା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗୁରୁତର ଶ୍ରୀ ସାହୁ ମାହାଙ୍ଗା ଥାନାରେ ଏଥିନେଇ ଦୁଇ ଜଣଙ୍କ ନାଁରେ ଅଭିଯୋଗ କରିଥିବା ଜଣାଯାଇଛି । ଖବର ପାଇ ଘଟଣାସ୍ଥଳରେ ମାହାଙ୍ଗା ପୁଲିସ ପହଞ୍ଚିବା ବେଳକୁ ଗଣ୍ଡଗୋଳକାରୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।
ଏହି ସଭାରେ ପ୍ରାକ୍ତନ ପିସିସି ସାଧାରଣ ସଂପାଦକ ବିଶ୍ୱଜିତ ଦାସ, ପ୍ରାକ୍ତନ ପିସିସି ମୁଖପାତ୍ର ନିକୁଞ୍ଜ ପଶାୟତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ପ୍ରାକ୍ତନ ପିସିସି ସଂପାଦକ ପ୍ରଦୀପ୍ତ କୁମାର ଦାସ, ଯୁବ ସଂଗଠକ ମସୁଦ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ସୌକତ ଅଲ୍ଲୀ, ସୁକାନ୍ତ ନନ୍ଦ,ସଂଗ୍ରାମ ସାମଲ, ମନ୍ମଥ ଖଟୁଆ, ଅରୁଣ ନାଥ, ପ୍ରଭାତ କର, ସେକ କଲିମୁଲ୍ଲା, ସେକ୍ ଜାବିର, ଉମେଶ ସାହୁ, ସଂଗ୍ରାମ ମଲିକ, ପ୍ରତାପ ନାୟକ, ଦୀପକ ନାୟକ, ଗଣେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥôିତ ଥିଲେ । ଏ ସଂପର୍କରେ କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ଏହି ସଭା ସଂପର୍କରେ ଜାଣି ନ ଥିବା କହିବା ସହ ଏହି ଗଣ୍ଡଗୋଳ କିଏ କରିଛନ୍ତି ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ଅପରପକ୍ଷରେ ସଭା ଆୟୋଜନ କରିଥିବା ପୂର୍ବତନ ପିସିସି ସଂପାଦକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତିକ୍ରିୟା ନେବାରୁ ଯେଉଁଭଳି ତାଙ୍କ ସଭାରେ ଆକ୍ରମଣ କରାଯାଇଛି ସେହିଭଳି ଭାବେ ବିରୋଧୀ ଗୋÂୀକୁ ଜବାବ ଦିଆଯିବ ବୋଲି ସେ କହିଥିଲେ ।


Comments are closed, but trackbacks and pingbacks are open.